ବ୍ରହ୍ମ ଜଗନ୍ନାଥ ପୀଠରେ”ସରିତା ସାହିତ୍ୟ ସଂସଦ” ଆନୁକୂଲ୍ୟରେ କବିତା ଆସର ..

ତିର୍ତ୍ତୋଲ ::-ତା -୨୦/୭/୨୬ ପବିତ୍ର ରଥଯାତ୍ରା ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳଦଣ୍ଡାର ବ୍ରହ୍ମ ଜଗନ୍ନାଥ କ୍ଷେତ୍ର ଅଧିନସ୍ତ ମାଉସୀ ମାଆ ମନ୍ଦିର ପରିସରରେ, ସରିତା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଆଧ୍ୟାତ୍ମିକ ନୃତ୍ୟ, ସଂଗୀତ ଓ କବିତା ଆସର !ପୂର୍ବାହ୍ନ ୧୧ ଘଟିକାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମଧ୍ୟାନ୍ନ ପର୍ଯ୍ୟନ୍ତ ଚାଲିଥିବା ବେଳେ, ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ, ଝଙ୍କଡବାସିନୀ ମା’ଶାରଳାଙ୍କ ବଡ଼ପଣ୍ଡା ରଞ୍ଜନ କୁମାର ପଣ୍ଡା !ଉକ୍ତ ସଭାରେ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ,ମୁଖ୍ୟ ଅତିଥିଭାବେ ଥିଲେ ପ୍ରେରଣା ସାହିତ୍ୟ ସଂସଦ ର ସମ୍ପାଦକ ନାଗୁ ଚରଣ ଦେବତା !ମୁଖ୍ୟ ବକ୍ତା ଭାବେ ପାରାଦ୍ୱୀପ ଜଗନ୍ନାଥ ଟ୍ରଷ୍ଟ ର ସଭାପତି ଆଇନୀଜୀବୀ ଦେବବ୍ରତ ସାହୁ ଥିବାବେଳେ,ବିଶିଷ୍ଠ ଅତିଥିଭାବେ ଥିଲେ ଆଇନୀଜୀବୀ ମଞ୍ଜୁଲତା ରାଉତ, ଏବଂ ବରେଣ୍ୟ ଅତିଥିଭାବେ ସୁସାହିତ୍ୟିକା ବସନ୍ତମଞ୍ଜରୀ ଦାସ ଓ ସମ୍ମାନିତ ଅତିଥିଭାବେ ଡଃ. ଅରୁଣ କୁମାର ପାଣି ମଞ୍ଚ ମଣ୍ଡନ କରି ସାହିତ୍ୟ ସଭାର ଶୋଭା ବର୍ଦ୍ଦନ କରିଥିବାର ଦେଖିବାକୁ ମିଳିଥିଲା ! ବ୍ରହ୍ମ ଜଗନ୍ନାଥ ପୀଠର ପ୍ରତିଷ୍ଠାତା କ୍ୟାପଟେନ ସଂଜୀବ କୁମାର ମୁଦୁଲି ଅତିଥିମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଦିତ କରିଥିବା ବେଳେ, ସମ୍ପାଦିକା ରୁନୁବାଳା ମଲ୍ଲିକ ସମ୍ପାଦକୀୟ ପାଠ କରି ସରିତା ସାହିତ୍ୟ ସଂସଦ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ !ଏହି ଅବସରରେ ଚୌପଦୀ କବି ଅଶୋକ କୁମାର ଲେଙ୍କା, ପଣ୍ଡିତ ବାସବ କୁମାର ନନ୍ଦ,ଆଶିଷ କୁମାର ପରିଜା, ନିତ୍ୟାନନ୍ଦ ନାୟକ, ସବିତା ନାୟକ, ଭାଗବତ ପ୍ରସାଦ, ବେତାର ଶିଳ୍ପୀ ଜୀବନାନନ୍ଦ ଅଧିକାରୀ ପ୍ରମୁଖ ଶତାଧିକ କବି ଓ କବୟିତ୍ରୀ ସ୍ଵ ସ୍ଵ ରଚିତ କବିତା ପାଠ କରି ଆସର କୁ ମହିମା ମଣ୍ଡିତ କରିଥିଲେ ! ବାସ୍ତବିକ କୁଜଙ୍ଗ ର ଏହି ବ୍ରହ୍ମ ଜଗନ୍ନାଥ ପୀଠ ଜିଲ୍ଲାର ପ୍ରମୁଖ ଜଗନ୍ନାଥ କ୍ଷେତ୍ର ଭାବେ ଅଞ୍ଚଳର ଗର୍ବ ଓ ଗୌରବ ଭାବେ ପରିଚିତ ହୋଇ ପାରିଛି।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
