ପଟ୍ଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ପଟ୍ଟାଙ୍ଗି, ତା. ୨୦.୦୭.୨୦୨୬: ସ୍ଥାନୀୟ ପଟ୍ଟାଙ୍ଗି ବ୍ଲକ ସଭାଗୃହରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। ସେମାନେ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।କୋଟପାଡ଼ ବ୍ଲକର ଚାଷୀ କଟନୀ ଛୋଟନି ରେ ଅସନ୍ତୋଷ ହୋଇ ଏହି ଶିବିର ରେ ଜ଼ିଲ୍ଲା ପାଳଙ୍କ ଦୃଷ୍ଟି ଆକାର୍ଶଣ କରିଥିବାର ଜଣାଯାଇଛି.
ଶିବିରରେ ମୋଟ ୫୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୨ଟି ବ୍ୟକ୍ତିଗତ ଏବଂ ୩୯ଟି ସାମୂହିକ ଅଭିଯୋଗ ଥିଲା। ସେଥିମଧ୍ୟରୁ ୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,d w e o ସୁନୀଲ କୁମାର ତାଣ୍ଡି. Pa itda ସ୍ନେହ ପ୍ରଭା ମାଝୀ.କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ୍ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
