ସାରଦା ଏକାଡେମୀ ର ଶିକ୍ଷୟତ୍ରୀ ଅପର୍ଣ୍ଣା ପଣ୍ଡା ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା …
ତିର୍ତ୍ତୋଲ ତା 20/7/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ ର ପୂର୍ବତନ ସଂସ୍କୃତଶିକ୍ଷକ ତଥା ବାଗ୍ମୀ ପଣ୍ଡିତ ବୈଷ୍ଣବ ଚରଣ ପଣ୍ଡା ଙ୍କ କନ୍ୟା ତଥା ସମ୍ପ୍ରତି ମା ସାରଳା ଠାକୁରାଣୀ ଙ୍କର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଙ୍କ ଭଉଣୀ ଦୀର୍ଘବର୍ଷବର୍ଷ ଧରି ସାରଦା ଏକାଡେମୀ ରେ ଜଣେ ନୀତିବାନ ଆଦର୍ଶ ଶିକ୍ଷୟିତ୍ରୀ ଭାବରେ ସ୍ୱୟଂ ପ୍ରତିଷ୍ଠା ଓ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଆସିଥିଲେ l ମାତ୍ର କର୍କଟରୋଗରେ ଆକ୍ରାନ୍ତ ହୋଇ କିଛିମାସ ହେଲା ଚିକିଶ୍ଚିତ ହୋଇଆସୁଥିବା ବେଳେ ତାଙ୍କର ଆକସ୍ମିକ ପରଲୋକ ହୋଇଯାଇଛି l ଏହି ଦୁଖଦଃ ଖବର ପହଞ୍ଚିବା ପରେ ଏକାଡେମୀ ର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଅନିନ୍ଦିତା ମିଶ୍ର ଙ୍କ ସଭାପତିତ୍ବ ରେ ଏକ ଶୋକସଭାରେ ଜ୍ଞାନରଞ୍ଜନ ଲେଙ୍କା, ମାନସ କୁମାର ପୃଷ୍ଟି, ବିମଳପ୍ରସାଦ ପାଣିଗ୍ରାହୀ, ଦୀପକ କୁମାର ସ୍ୱାଇଁ, ଅନୁସୂୟା ବଳ, ସସ୍ମିତା ମଲ୍ଲିକ, ଅଶ୍ରୁ୍ମୋଚନ ବେହେରା, ସଂଜୀବ ରଞ୍ଜନ ଗୋଛାୟତ, ସ୍ବର୍ଣ୍ଣଲତା ସାମଲ, ଇତିଶ୍ରୀ ମହାନ୍ତି, ଅନୁଜସ୍ବପ୍ନଜିତ ନାୟକ ଓ ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜ କୁମାର ମହାନ୍ତି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ମାନେ, ଦିବଂଗତ ଆତ୍ମାର ସଦଗତି କାମନା ନିମନ୍ତେ ନିରବପ୍ରାର୍ଥନା କରିବାପରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
