July 21, 2026

ଖୋର୍ଦ୍ଧାର ବରିଷ୍ଠ ଖବରକାଗଜ ବିତରକ ଘନଶ୍ୟାମ ସାମଲଙ୍କ ପରଲୋକ

IMG-20260719-WA0081
Share

 

ଖୋର୍ଦ୍ଧା, : ( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଅଞ୍ଚଳର ସର୍ବପୁରାତନ ଖବରକାଗଜ ବିତରକ ଭାବେ ପରିଚିତ ଶ୍ରୀ ଘନଶ୍ୟାମ ସାମଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଖୋର୍ଦ୍ଧା ଅଞ୍ଚଳର ହକର, ଏଜେଣ୍ଟ, ସାମ୍ବାଦିକ ଓ ଗ୍ରାହକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ପ୍ରତିଦିନ ପରି ସେ ସକାଳୁ ବିଭିନ୍ନ ଖବରକାଗଜ ସଂଗ୍ରହ କରି ନିଜ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇଥିଲେ। କାର୍ଯ୍ୟ ସମାପ୍ତ କରି ଘରକୁ ଫେରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ଼ ମେଡିକାଲକୁ ପଠାଯାଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଶ୍ରୀ ସାମଲ ଜଣେ ଶାନ୍ତ, ସଚ୍ଚୋଟ, ସରଳ ଓ ମେଳାପୀ ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ଦୀର୍ଘ ବର୍ଷ ଧରି ସେ ନିଷ୍ଠାର ସହ ଖବରକାଗଜ ବିତରଣ କରି ଲୋକଙ୍କ ଭରସା ଅର୍ଜନ କରିଥିଲେ।

ତାଙ୍କ ବିୟୋଗ ଖବର ପାଇ ବହୁ ହକର, ଏଜେଣ୍ଟ, ସାମ୍ବାଦିକ ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

You may have missed