July 19, 2026

ଯୁବ ଓ ଛାତ୍ର ବିଜେଡିର  କୋରାପୁଟରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନ 

IMG-20260718-WA0115
Share

 

କୋରାପୁଟ ସଦର ମହକୁମାରେ ଯୁବ ଓ ଛାତ୍ର ବିଜେଡିର ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହିରେ ବ୍ୟାପକ ତୃଟିକୁ ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା।ଜିଲ୍ଲା ଯୁବ ବିଜେଡି ସଭାପତି ଲଲାଟ ରଞ୍ଜନ ସେଠୀ ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ଫିରୋଜ ପଡାଲଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଇସ୍ପିତା ସାହୁ ଯୋଗଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବା ସହ ପୁରୁଣା ସିଲାବସରେ ନୂତନ ବହି ଯୋଗାଇଦେବାକୁ ଦାବି କରିଛନ୍ତି।ଏହି ବ୍ୟାପକ ତୃଟି ଓ ଅନିୟମିତତାର ସିବିଆଇ ତଦନ୍ତ କରିବାକୁ ସେ ଦାବି କରାଯାଇଛି।ଏହା ନ ହେଲେ ଆସନ୍ତା ଦିନରେ ବିଧାନସଭା ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏହି ପ୍ରତିବାଦ ସଭାରେ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକାଙ୍କ ସହ ଜିଲ୍ଲା ବିଜେଡି ସଭାପତି ଝିନ୍ ହିକକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ରଘୁରାମ(ଗୁପ୍ତେଶ୍ୱର ରଥ କୋରାପୁଟ)