ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜାରେ ସନ୍ଧି ଓ ବଳି ପୂଜାକାର୍ଯ୍ୟ

ସମ୍ବଲପୁର:ସମ୍ବଲପୁର ସହରର ପ୍ରସିଦ୍ଧ ଗୋବିନ୍ଦତୋଳା ଦୁର୍ଗାପୂଜା ର ମହାନବମୀ ଅବସରରେ ମହାସମାରୋହ ରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଆଜି ଦୁର୍ଗାପୂଜା ର ବିଶେଷ ସନ୍ଧି ପୂଜା କରାଯାଇଥିଲା, ଯେଉଁ ପୂଜା ପାଇଁ ସ୍ୱତନ୍ତ୍ର ତନ୍ତ୍ର ମୁରୁଜ ଅଙ୍କାଯିବା ସହ ସହ ଜଗତଜନନୀ ମାଁ ଭୁବନେଶ୍ୱରୀ ଙ୍କ ଷୋଢ଼ଶ ଉପଚାର ପୂଜା କରାଯାଇଥିଲା ଓ ବଳି ପୂଜା ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା l
ଏଥିସହ ହଜାର ହଜାର ଶ୍ରଦ୍ଧାଳୁ ଙ୍କର ଉପସ୍ଥିତି ରେ ପୁଷ୍ପାଞ୍ଜଳି, ଆଳତି ଓ ହୋମକାର୍ଯ୍ୟ ସମ୍ପନ୍ନ ହୋଇଥିଲା l
ଗୋବିନ୍ଦତୋଳା ଦୁର୍ଗାପୂଜା ମଣ୍ଡପ ଦୂଲଦୁଲି, ଘଣ୍ଟଶଙ୍ଖ ରେ ପ୍ରକମ୍ପିତ ହୋଇଯାଉଛି lକଳସ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ପ୍ରକାର ଆତସବାଜି ରେ ଅଂଚଳ ପ୍ରକମ୍ପିତ ହୋଇଥିଲା l
ପୂଜାକାର୍ଯ୍ୟ କୁ ମୁଖ୍ୟ ପୂଜକ ଜଗଦୀଶ ପ୍ରସାଦ ଦାସ ଓ ଆଶ୍ରିତ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ତଥା ପୂଜା ଦାୟିତ୍ୱ ରେ ଥିବା ଦୀପକ ପଣ୍ଡା ଓ ଗୌରୀ ଦାସ ପଣ୍ଡା, ଅନିଲ ନାୟକ, ଟୁଲୁ ବଡ଼ପଣ୍ଡା, ପ୍ରକାଶ ପଣ୍ଡା, ଦାଶରଥି ପଣ୍ଡା, ରୁଦ୍ର ଷଡ଼ଙ୍ଗୀ, ସୂର୍ଯ୍ୟ ପାଣିଗ୍ରାହୀ, ରଞ୍ଜିତ ରଥ ଙ୍କ ତତ୍ୱାବଧାନ ରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା l ମାଁ ଭୁବନେଶ୍ୱରୀ ଙ୍କର ଏହି ପୂଜାକାର୍ଯ୍ୟ କର୍ତ୍ତା ଶୈଳେନ୍ଦ୍ର ପଣ୍ଡା ଓ ତାଙ୍କ ସହଧର୍ମିଣୀ ଏବର୍ଷ କାର୍ଯ୍ୟ ସମ୍ପାଦନା କରୁଅଛନ୍ତି ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି l
