October 20, 2026

ଦଶହରାରେ ଭଦଭଦଳିଆ ଦେଖିଲେ ମନସ୍କାମନା ପୂର୍ଣ୍ଣ ହୁଏ କି? ଜାଣନ୍ତୁ ପ୍ରକୃତ ସତ୍ୟ…

IMG-20261019-WA0078
Share

 

 

ବୋଲଗଡ଼, ୧୯/୧୦(ସୁଶାନ୍ତ କୁମାର ପ୍ରଧାନ):ବିଜୟା ଦଶମୀ ସକାଳୁ ଗାଁ ଦାଣ୍ଡରେ ସମସ୍ତେ ଆକାଶ ଆଡ଼କୁ ଚାହିଁ ରୁହନ୍ତି, କେବଳ ଗୋଟିଏ ପକ୍ଷୀକୁ ଦେଖିବା ପାଇଁ ସେ ହେଉଛି ଭଦଭଦଳିଆ ବା ନୀଳକଣ୍ଠ। ଲୋକ ବିଶ୍ୱାସ, ଦଶହରାରେ ଏହାକୁ ଦେଖିଲେ ବର୍ଷ ସାରା ଶୁଭ ଫଳ ମିଳେ। ପୌରାଣିକ ମତରେ ରାମ ରାବଣକୁ ବଧ ପୂର୍ବରୁ ନୀଳକଣ୍ଠ ଦର୍ଶନ କରି ବିଜୟ ପାଇଥିଲେ। ଏହା ଶିବଙ୍କ ପ୍ରତୀକ, ଏହାକୁ ଦେଖିଲେ ପାପ ନାଶ ହୁଏ ବୋଲି ମାନ୍ୟତା। କିନ୍ତୁ ଆମ ପୂର୍ବପୁରୁଷଙ୍କ ଅସଲ ଜ୍ଞାନ ଥିଲା ଅଲଗା। ଏହି ପକ୍ଷୀ କ୍ଷେତର ପୋକ ଖାଇ ଚାଷକୁ ରକ୍ଷା କରେ। ତେଣୁ ତାକୁ ମାରିବା ନୁହେଁ, ପୂଜା କରିବାକୁ ଶିଖାଇଲେ। ବିଶ୍ୱାସ ବାହାନାରେ ପ୍ରକୃତି ସୁରକ୍ଷାର ଶିକ୍ଷା ଦେଲେ।

 

ଆଜି ଆମେ ପକ୍ଷୀ ଦେଖିବାକୁ ଚାହୁଁଛୁ, ହେଲେ ଗଛ କାଟି ବସା ଭାଙ୍ଗୁଛୁ, ବିଷ ପକାଇ ତା’ର ଖାଦ୍ୟ ମାରୁଛୁ। ପକ୍ଷୀ ରହିବ କେଉଁଠି ? କେବଳ ଦେଖିଲେ ମନସ୍କାମନା ପୂର୍ଣ୍ଣ ହେବନି। ପ୍ରକୃତ ଶୁଭ ଫଳ ତେବେ ମିଳିବ, ଯେବେ ଆମେ ଗୋଟିଏ ଗଛ ଲଗାଇ ତାକୁ ରହିବାକୁ ଜାଗା ଦେବା ଏବଂ ରାମ ପରି ସତ୍ୟ ପଥରେ ଲଢିବା।