July 18, 2026

କୁହୁଡ଼ି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

IMG-20260717-WA0092
Share

 

 

 

ଖୋର୍ଦ୍ଧା ଜିଲ୍ଲାର କୁହୁଡ଼ିସ୍ଥିତ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ଗାରିମାମୟ ଅଭିଭାବକ-ଶିକ୍ଷକ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅର୍ଥନୀତି ବିଭାଗର ଶିକ୍ଷକ ଜିତେନ୍ଦ୍ର କୁମାର ବସ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ବହୁ ସଂଖ୍ୟକ ଅଭିଭାବକ, ଶିକ୍ଷକ ଓଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଗଙ୍ଗାଧର ଦାସ ମୁଖ୍ୟ ଅତିଥି ଭାବେ ଏବଂ ଅଧ୍ୟାପକ ବଳରାମ ପାଇକରାୟ ଓ ଅପରତୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ମଙ୍ଗଳାଚରଣ ଓ ସ୍ୱାଗତ ସଙ୍ଗୀତରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ଅତିଥି ପରିଚୟ, ସ୍ୱାଗତ ଭାଷଣ ଏବଂ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ, ଶୃଙ୍ଖଳା, ପରୀକ୍ଷା ଫଳାଫଳ ଓ କ୍ୟାରିଅର ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମତ ବିନିମୟ ହୋଇଥିଲା। ଅଭିଭାବକମାନଙ୍କର ମତାମତ ଓ ପରାମର୍ଶକୁ ଶିକ୍ଷକମାନେ ଗୁରୁତ୍ୱର ସହ ଗ୍ରହଣ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଦ୍ୟାଳୟ ଓ ପରିବାରର ମିଳିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ। ଶେଷରେ ଇତିହାସ ବିଭାଗର ଶିକ୍ଷକ ମନୋଜ କୁମାର ସାମନ୍ତରାୟ ସମଗ୍ର କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ।     (ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା)

You may have missed