September 5, 2026

“ଗୁରୁ ଦିବସ ଉପଲକ୍ଷେ ଗୁରୂ ବନ୍ଦନା”” ମାଲକାନଗିରି ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ ହୋଇଯାଇଛି

IMG-20260905-WA0051
Share

 

 

ମାଲକାନଗିରି, ୦୫/୦୯: ମାଲକାନଗିରି ସଦରସ୍ଥିତ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ ଗୁରୁ ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ହେଉଛି ଗୁରୁଦିବସ। ଗୁରୁଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇବାର ଦିନ। ଏହି ସଂମ୍ପର୍କ ଓ ପରମ୍ପରା କେତେ ଯେ ପରିବ୍ୟାପ୍ତ ତାହା ଆକଳନ କରିବା କଷ୍ଟକର।

 

।। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର;

ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ ।।

 

ଆଜି ଏହି ପରମ୍ପରାର ଏକ ଝଲକ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଦେଖିବାକୁ ମିଳିଛି। ଦ୍ୱାଦଶ ଓ ନର୍ସିଂ ପଢୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଗୁରୁ ମାନଙ୍କୁ ପୂଜା କରିବା ସହ ଆର୍ଶୀବାଦ କାମନା କରିଥିଲେ। ତାହାସହ କିଛି ନାଟକ ଓ ସଙ୍ଗୀତ ମାଧ୍ଯମରେ ଗୁରୁ ଶିଷ୍ୟ ପରମ୍ପରାର ଏକ ଅପୂର୍ବ ସମ୍ପର୍କକୁ ପ୍ରକାଶିତ କରିଥିଲେ।

 

ଏହି ଇନଷ୍ଟିଚ୍ୟୁଟର ସମ୍ପାଦକ ତଥା ଅଧ୍ୟକ୍ଷ ଡଃ ଶିବ ନାରାୟଣ ପାତ୍ର ତାଙ୍କ ବକ୍ତବ୍ୟ ମାଧ୍ଯମରେ କହିଥିଲେ ଯେ “ଅଜ୍ଞାନ ରୂପକ ଅନ୍ଧକାରକୁ ଶିକ୍ଷା ମାଧ୍ଯମରେ ଦୁର କରି ଆଲୋକ ଓ ସଠିକ୍ ରାସ୍ତା ଯିଏ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ। ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ଯିଏ ରଖନ୍ତି ସେ ହେଉଛନ୍ତି ଗୁରୁ। କେବଳ ପାଠପଢିବା କ୍ଷେତ୍ରରେ ନୁହେଁ, ଗୀତ, ନାଚ ହେଉ ଅବା ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଗୁରୁ ହିଁ ମୁଖ୍ଯ ଭୂମିକା ଗ୍ରହଣ କରିଥାନ୍ତି। ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗୁରୁଙ୍କୁ ସମ୍ମାନ ଦେବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ହୋଇ ଆଗକୁ ବଢ଼ିବା ପାଇଁ କହିଥିଲେ। ସେମିତି ଭାଇସ ପ୍ରିନ୍ସିପାଲ ପି କିଶୋର କୁମାର ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନେ କିପରି ଭଲ ମଣିଷ ହେବେ ଓ ସେହି ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରୁଥିବା ସେହି ଗୁରୂ ମାନଙ୍କୁ ତୁମ ମାନଙ୍କ ସମ୍ମାନ ହିଁ ତାଙ୍କ ପୁରସ୍କାର ବୋଲି କହିଥିଲେ।ଆଜି ହେଉଛି ପବିତ୍ର ଗୁରୁ ଦିବସ। ଆଜି ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ସ୍ମୃତିରେ ସମଗ୍ର ଭାରତରେ ଆଜିର ଦିନ (୫ ସେପ୍ଟେମ୍ବର) ରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଗୁରୁ ଦିବସର ଇତିହାସ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। ଏହା କେବେ ଓ କାହିଁକି ସାମ୍ବିଧାନିକ ଭାବରେ ଆରମ୍ଭ ହୋଇଥିଲା ତାହା ଜଣାଇଥିଲେ। ଛାତ୍ର-ଛାତ୍ରୀମାନଙ୍କୁ ଏକ ଆଦର୍ଶ ନାଗରିକ ରୂପେ ତିଆରି କରିବାରେ ଶିକ୍ଷକଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଯେତେବେଳେ ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣ ଜନ୍ମଦିନ ପାଳନ କରିବା ପାଇଁ ତାଙ୍କ ସାଙ୍ଗମାନେ ଆୟୋଜନ କରିବା ପାଇଁ କହିଥିଲେ ସେହି ସମୟରେ ସର୍ବପଲ୍ଲୀ ରାଧାକ୍ରିଷ୍ଣ କହିଥିଲେ ତୁମେ ସବୁ ମୋ ଜନ୍ମଦିନ ପାଳନ କରିବା ପାଇଁ ଚାହୁଁଛ ଏହା ସବୁଠାରୁ ଖୁସିର କଥା କିନ୍ତୁ ଏହି ଦିନକୁ ଯଦି ଆମେମାନେ ଶିକ୍ଷା କ୍ଷେତ୍ରରେ ଯୋଗଦାନ, ସମର୍ପଣ ଏବଂ ଶିକ୍ଷକମାନଙ୍କ ପରିଶ୍ରମକୁ ସମ୍ମାନିତ କରି ତାଙ୍କ ଉଦ୍ଦେଶ୍ୟରେ ପାଳନ କରିବା ତେବେ ମୁଁ ଆହୁରି ଖୁସି ହେବି। ତାଙ୍କର ଏହି ଇଛାକୁ ଧ୍ୟାନରେ ରଖି ୧୯୬୨ ମସିହାରୁ ସେପ୍ଟେମ୍ବର ମାସ ୫ ତାରିଖ ଦିନ ସମଗ୍ର ଭାରତ ବର୍ଷରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ। ଏହିପରି ସମସ୍ତ ଗୁରୁମାନେ ଆଜି ଭଳି ପଵିତ୍ର ଦିବସରେ ନିଜ ନିଜ ବକ୍ତବ୍ୟ ମାଧ୍ଯମରେ ପିଲା ମାନଂକୁ ଗୁରୁ ଶିଷ୍ୟ ସମ୍ପର୍କ ବିଷୟରେ ଅନୁପ୍ରାଣିତ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ନାଚ ପ୍ରତିଯୋଗିତା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ କିଛି ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରଯାଇଥିଲା।

You may have missed