July 19, 2026

ମାଲକାନଗିରିରେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବୈଠକ ଅନୁଷ୍ଠିତ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ସମୀକ୍ଷା କଲେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମହମ୍ମଦ ସାଦିକ ଆଲାମ..

IMG-20260717-WA0089
Share

 

 

*ମାଲକାନଗିରି,

 

ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ଆଜି ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ (ଇଲେକ୍ଟୋରାଲ ରୋଲ ଅବଜରଭର) ମହମ୍ମଦ ସାଦିକ ଆଲାମ ଜିଲ୍ଲାର ପ୍ରଥମ ଗସ୍ତ ସୂଚୀରେ ଭୋଟର ତାଲିକାରେ ଚାଲିଥିବା ସଂଶୋଧନ କାର୍ଯ୍ୟର ବିଧିବଦ୍ଧ ତଦାରଖ କରିଥିଲେ | ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ମହମ୍ମଦ ସାଦିକ ଆଲାମ କହିଛନ୍ତି, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଜରୁରୀ ଏବଂ ଏହି ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ, ତେଣୁ ସମସ୍ତ ଅଧିକାରୀ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ | ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର କୋଣ ଅନୁକୋଣରେ ଥିବା ଯୋଗ୍ୟ ଭୋଟରଙ୍କୁ ଯୋଡ଼ିବା ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ଏବଂ ଆମେ ଏକ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରତିବଦ୍ଧ | ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମାଲକାନଗିରିର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ସମୂହ, ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ , ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏବଂ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସକ୍ରିୟ ଭାବେ ଯୋଗଦେଇ ନିଜ ନିଜ ଅଞ୍ଚଳର ଭୋଟର ତାଲିକା ସଂଶୋଧନ ସ୍ଥିତି ଉପସ୍ଥାପନ କରିଥିଲେ | ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ନାଗରିକମାନେ ନୂତନ ନାମ ପଞ୍ଜୀକରଣ ପାଇଁ ଫର୍ମ-୬, ନାମ ବାଦ୍ ଦେବା ପାଇଁ ଫର୍ମ-୭ ଏବଂ ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮ ମାଧ୍ୟମରେ ଆବେଦନ କରିପାରିବେ ବୋଲି ବୈଠକରେ ସମସ୍ତଙ୍କୁ ସଚେତନ କରାଯାଇଛି |