July 24, 2026

ସମ୍ବଲପୁର ଜିଲ୍ଲା ୬୬୨ ମହାବିଦ୍ୟାଳୟ ସଂଘର ବୈଠକ ଅନୁଷ୍ଠିତ 

IMG-20260715-WA0073
Share

 

 

ସମ୍ବଲପୁର,ତା ୧୫.୦୭, ଆଜି ସମ୍ବଲପୁର ବୁଢାରଜା ସ୍ଥିତ ରାମକଲୀ ଦେବୀ ଟ୍ରଷ୍ଟ ମହା ବିଦ୍ୟାଳୟରେ ସମ୍ବଲପୁର ଜିଲ୍ଲା ୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ସରକାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସଙ୍ଘ ର ଜିଲ୍ଲା ସଭାପତି ଅଶୋକ କୁମାର ପୁରୋହିତ ସଭାର ଉଦ୍ଦେଶ୍ଯ ଓ ଆଭିମୁଖ୍ୟ ବିଷୟରେ ବିସୃତ ଭାବରେ ଆଲୋଚନା କରି କହିଥିଲେ ଯେ, ରାଜ୍ୟର ଏହି ବର୍ଗର ମହାବିଦ୍ୟାଳୟ ର ଅଧ୍ୟାପକ କର୍ମଚାରୀ ମାନେ ଗତ 35 ବର୍ଷ ରୁ ଉର୍ଧ୍ଵ ଧରି ରାଜ୍ୟର ଗ୍ରାମାଞ୍ଚଳ ତଥା ଦୂରଦୂରାନ୍ତରରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଗଢି ଉଠିଥିବା +୨ ଓ +୩ ମହାବିଦ୍ୟାଳୟ ଗୁଡିକରେ ଅଧ୍ୟାପନା କରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। ପ୍ରତ୍ୟେକ ମାସ ଅଧ୍ୟାପକ ଓ କର୍ମଚାରୀମାନେ ଅବସର ଗ୍ରହଣ କରୁଥିଲେ ସୁଦ୍ଧା ଏହି ବର୍ଗ ଙ୍କ ପାଇଁ ପେନସନ ସୁବିଧା ନଥିବାରୁ ଅବସର ପରେ ହୋଇ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ଏବଂ ଇତି ମଧ୍ୟରେ ସେମାନଙ୍କ ମଧ୍ୟରୁ କେତେକଙ୍କ ପରଲୋକ ମଧ୍ଯ ହୋଇ ସାରିଲାଣି ଯତଫଳରେ ସେମାନଙ୍କ ପରିବାରବର୍ଗ ନାହିଁନଥିବା ଅବସ୍ଥାରେ ଅଛନ୍ତି। ବୈଠକ ରେ ସରକାରଙ୍କ ଉଚ୍ଚଶିକ୍ଷା ପ୍ରତି ଏତାଦୃଶ ବୈମାତୃକ ମନୋଭାବକୁ ବିରୋଧ କରାଯାଇ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ତୁରନ୍ତ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ କରିବାକୁ ଦାବୀ କରାଯାଇଥିଲା। ଅବସର ପରେ ଖାଲି ପଡୁଥିବା ପଦପି ପୂରଣ ନ ହେଉଥିବା ରୁ ଏହି ଅନୁଷ୍ଠାନ ଗୁଡିକରେ ଶିକ୍ଷା ଦାନ ବାଧା ପ୍ରାପ୍ତ ହେଉଛି ଓ ସ୍ଥାନୀୟ ଉଦ୍ୟମ ରେ ଗଢି ଉଠିଥିବା ଏହି ମହାବିଦ୍ୟାଳୟ ଗୁଡିକ ବନ୍ଦ ହୋଇ ଯିବା ଆଶଙ୍କା ଦେଖା ଦେଇଛି ।ପୁନଶ୍ଚ ନିକଟରେ , ରାଜ୍ୟ ସରକାରଙ୍କ କେଜି ରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାର ଘୋଷଣା କୁ ସ୍ୱାଗତ ଯୋଗ୍ୟ ବୋଲି ମତ ପ୍ରକାଶ ପାଇଥିଲା। କିନ୍ତୁ ଅଂଶୀଦାର ଅନୁଷ୍ଠାନ ଓ କର୍ମଚାରୀ ମତାମତ ନିଅ ନ ଯାଇ ପ୍ରକାଶିତ ପରିଚାଳନା ନିୟମାବଳୀ ରେ ଥିବା ସର୍ତ୍ତାବଳୀ କୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା ।ଏଥିରେ ଆବଶ୍ୟକୀୟ ସଂଶୋଧନ ସହ ଶିକ୍ଷାନୁଷ୍ଠାନ ଗୁଡିକ ର ଦୈନନ୍ଦିନ ଓ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ପୂରଣ ଆଦି ଦାବୀ ଉପସ୍ଥାପନ କରାଯାଇ ଥିଲା।

ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ

ପେନସନ ସହିତ ଚାକିରୀ ସର୍ତ୍ତାବଳୀ , ଶିକ୍ଷା ଓ ଶିକ୍ଷୟତନ ବଞ୍ଚାଇବା , ଅବସର ବୟସ ସୀମା 60 ରୁ 62 କୁ ବୃଦ୍ଧି ଆଦି ଚାରି ଦଫା ଦାବୀ ଗୁଡିକ ପ୍ରତି ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ

ସମ୍ବଲପୁର ଜିଲ୍ଲାର 662 ବର୍ଗ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ସାମୁହିକ ଛୁଟିରେ ରହି ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନ ଧରି ଭୂବନେଶ୍ୱର ସ୍ଥିତ ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା। ସଭାରେ ଜିଲ୍ଲାର ୨୭ଟି ମହାବିଦ୍ୟାଳୟରୁ ଶତାଧିକ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଅଧ୍ୟାପକ କର୍ମଚାରୀ ଯୋଗ ଦେଇଥିଲେ। ସଭା ଶେଷରେ ସଂଘର ଜିଲ୍ଲା ସଂଯୋଜକ ବିଶ୍ୱପତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବାବୁଲାଲ ପୂଜାରୀ, ମମତା ବିଶ୍ୱାଳ, ସୁନୀଲ କୁମାର ସାହୁ, ରବିନ୍ଦ୍ର ନାରାୟଣ ଠାକୁର, ସୁଶ୍ରୀତା ଭୋଇ, କୃଷ୍ଣଚନ୍ଦ୍ର ପୂଜାରୀ, ହରେଶ ସାହୁ, ରାଜେଶ ଦାଶ, ପ୍ରମୋଦ କୁମାର ପ୍ରଧାନ, ଗୀତାଞ୍ଜଳି ନନ୍ଦ,ରାଜେଶ କୁମାର ପଣ୍ଡା, ପ୍ରିତିଧାରା ପରିଜା, ପ୍ରମୋଦ କୁମାର ସାହୁ, ନାରାୟଣ ପ୍ରଧାନ,ବିଶ୍ୱଜିତ ପାଢୀ ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀମାନେ ସଭାରେ ନିଜସ୍ୱ ମତାମତ ରଖିଥିଲେ।

You may have missed