July 23, 2026

ଗଜପତି:- ଗୋପାଳକୃଷ୍ଣ ଥିଲେ ରୀତି ଯୁଗର ଶ୍ରେଷ୍ଠ ଆଦି ରସାତ୍ମକ ଭାବପୂର୍ଣ୍ଣ କବିତାର ଶ୍ରେଷ୍ଠ ବିନ୍ଧାଣୀ

IMG-20260715-WA0074
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଲକ୍ଷ୍ମୀନୃସିଂହ କଲ୍ୟାଣ ମଣ୍ଡପ ଠାରେ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୪୩ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।

ଏହି ଅବସରରେ ପ୍ରାତଃରେ ଗୋପାଳକୃଷ୍ଣ ପାଠାଗାର ଠାରେ ଥିବା ଗୋପାଳକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭାରତ ଭୂଷଣ ମହାନ୍ତି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ. ଶଶୀକାନ୍ତ ମହାପାତ୍ର, ମୁଖ୍ୟବକ୍ତା ଭାବେ ଡ. ଚାରୁପ୍ରଭା ନାୟକ, ବିଶିଷ୍ଟ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ଲୋକନାଥ ମିଶ୍ର, ଯୋଗ ଦେଇଥିବା ବେଳେ ସ୍ମୃତିକଳା ପରିଷଦର ସମ୍ପାଦକ ତଥା ଜିଲ୍ଲା ପରିଷଦର ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ବିଚିତ୍ରାନନ୍ଦ ବେବର୍ତ୍ତା ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଗୋପାଳକୃଷ୍ଣ ପଦ୍ୟାବଳୀରୁ ଏକ ସଙ୍ଗୀତ ନୟନା ପଟ୍ଟନାୟକ ଗାନ କରିଥିଲେ । ରାଜେଶ୍ୱରୀ ସ୍ୱାଇଁ ପରିଚୟ ପ୍ରଦାନ କରିଥିବା ବେଳେ ଇଂ ଶ୍ଵେତା ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ନରସିଂହ ଗୌଡ଼ କବିଙ୍କୁ ସ୍ମରଣ କରି ଏକ କବିତା ପାଠ କରିଥିଲେ । କାର୍ଯ୍ୟକାରୀ ସମ୍ପାଦକ ବ୍ରଜାନନ୍ଦ ପଟ୍ଟନାୟକ ଅନୁଷ୍ଠାନର ଅନ୍ୟତମ ଉପଦେଷ୍ଟା ତନୁଜା ଶତପଥୀ ପ୍ରମୁଖ ପୁରସ୍କାର ବିତରଣ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାସ୍ତ୍ରୀୟ କଣ୍ଠ ସଙ୍ଗୀତ, ଚିତ୍ର, ଓଡ଼ିଶୀ ନୃତ୍ୟ,ତର୍କ ପ୍ରଭୃତିରେ ବିଜୟ ହାସଲ କରିଥିବା ପ୍ରାଥମିକ ,ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ଥରୀୟ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା ।

ଶେଷରେ ଶିଶୁ ଶିଳ୍ପୀ ପ୍ରତ୍ୟାଶା , ସୁନିତା , ସୁନନ୍ଦା , ଅନନ୍ନ୍ୟା ଓଡ଼ିଶୀ ଓ ଭଜନ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭାଗବତ ପାଢ଼ୀ, ମୁରଲୀଧର ପରିଛା, ଶଶୀଭୂଷଣ ପଟ୍ଟନାୟକ, ରାଜେଶ୍ୱରୀ ସ୍ୱାଇଁ, ଗାୟତ୍ରୀ ପଟ୍ଟନାୟକ , ଶୁଭ୍ରାଂଶୁ ପଟ୍ଟନାୟକ, ରାମ ଚ଼ନ୍ଦ୍ର ପାଢ଼ୀ ପ୍ରଭୃତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

——————————————— ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————-

You may have missed