July 15, 2026
ajiro khabar
Share

 

 

୧-କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ନିୟମାବଳୀ ଜାରି: ପରୀକ୍ଷା ଶୁଳ୍କକୁ ଛାଡ଼ି ସବୁ ଖର୍ଚ୍ଚ ବହନ କରିବେ ସରକାର। ଛାତ୍ର ଛାତ୍ରୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ।

 

୨-ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଗଠନ ହେବ AMC,ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ୨.୦ ଅଧୀନରେ କମିଟି ଗଠନ ହେବ।

 

୩-୨୬ ବର୍ଷ ପରେ ଜେଲରୁ ମୁକୁଳିବ ଦାରା ସିଂ, ଗ୍ରାହାମ ଷ୍ଟେନ୍ସ ଓ ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା ମାମଲାରେ ହୋଇଥିଲା ଦୋଷୀ ସାବ୍ୟସ୍ତ।

 

୪-ଭୁବନେଶ୍ୱର:ଏଣିକି ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ, ସାରା ରାଜ୍ୟ ପାଇଁ ହେବ ଗୋଟିଏ ଦର।

 

୫-ପୁରୀ:୧୫ ଦିନ ପରେ ଭକ୍ତଙ୍କ ସାମ୍ନାକୁ ଆସିଲେ କାଳିଆ ଠାକୁର; ନବଯୌବନ ବେଶରେ ଭକ୍ତଙ୍କୁ ଦେଲେ ଦର୍ଶନ, ଶ୍ରୀକ୍ଷେତ୍ରରେ ଛୁଟିଲା ଭକ୍ତଙ୍କ ସୁଅ।

 

୬-ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି; ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଗ୍ରାମ୍ୟ ବିକାଶକୁ ସର୍ବାଧିକ ଗୁରୁତ୍ୱ।

 

୭-ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର; ଆରମ୍ଭ ହେଲା ‘ତୀର୍ଥଯାତ୍ରା ଯୋଜନା-୨୦୨୬-୨୭’, ଜୁଲାଇ ୧୫ରୁ ଆବେଦନ ଆରମ୍ଭ।

 

୮-ଭୁବନେଶ୍ୱର:ରଥଯାତ୍ରା ପାଇଁ ରେଳବାଇର ମହା ପ୍ରସ୍ତୁତି; ଚାଲିବ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ୍, ପଶ୍ଚିମ-ଦକ୍ଷିଣ ଓଡ଼ିଶାରୁ ପୁରୀ ଯିବା ହେବ ସହଜ।

 

୯-ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ବଡ଼ ଆକ୍ସନ; SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ।

 

୧୦-ଭୁବନେଶ୍ୱର:ଭିଜିଲାନ୍ସ ଚଢ଼ାଉରେ ବାହାରିଲା ସମ୍ପତ୍ତିର ପାହାଡ଼; ୨୩ ରୁମ୍‌ର ଆଲିଶାନ ଲଜ୍‌, ୯ଟି ପ୍ଲଟ୍‌, ସୁନା-ରୂପା ସହ ବିପୁଳ ସମ୍ପତ୍ତି ଠାବ, ଗିରଫ ହେଲେ ଓସିସି ଅଧିକାରୀ।

 

୧୧-ଭୁବନେଶ୍ୱର:ଶାସ୍ତ୍ରୀନଗର ଦୁର୍ଘଟଣା; ମଦ୍ୟପ ଅବସ୍ଥାରେ ମର୍ସିଡିଜ୍ ଚଲାଇ ଗିରଫ ହେଲେ କିଲର ଡ୍ରାଇଭର, ନିର୍ଦ୍ଧାରିତ ସୀମାଠାରୁ ୪ ଗୁଣା ଅଧିକ ପିଇଥିଲେ ମଦ।

 

୧୨-‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ବିବାଦରେ ନୂଆ ମୋଡ଼, ମିଛ କହି ଫସିଲେ ସମୟ ରାଇନା

 

୧୩-ତାମିଲନାଡୁରେ ଗୋ-ହତ୍ୟା ସମ୍ପୂର୍ଣ୍ଣ ନିଷେଧ ପ୍ରସଙ୍ଗ;ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ।

 

୧୪-ଗିଲ୍-ଅକ୍ଷର-ଓ୍ଵାଶିଂଟନଙ୍କ ଦମଦାର ଅର୍ଦ୍ଧଶତକ, ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ହରାଇଲା ଭାରତ, ଟିମ୍ ଇଣ୍ଡିଆର ପ୍ରଥମ ବିଜୟ।

 

୧୫-ଡାଲାସ:ଫିଫା ଫୁଟବଲ ବିଶ୍ଵ କପ୍; ଫାଇନାଲରେ ସ୍ପେନ,୨-୦ ଗୋଲରେ ହରାଇଲା ଫ୍ରାନ୍ସ୍ କୁ।

 

୧୬-ଇତିହାସ ରଚିଲେ ଯଶପ୍ରୀତ ବୁମରା, ଇଂଲଣ୍ଡ ମାଟିରେ ହେଲେ ନମ୍ବର ୧ ଭାରତୀୟ ବୋଲର।

 

୧୭-୨୦ ବର୍ଷ ପରେ କୋଲକାତା ଯିବେ ତସଲିମା ନସରିନ୍, ଅଗଷ୍ଟ ୧ରେ ରବିନ୍ଦ୍ର ସଦନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ।

 

୧୮-ଲମ୍ବା ଯୁଦ୍ଧ ପାଇଁ ଭାରତର ପ୍ରସ୍ତୁତି;୧୦ଲକ୍ଷ କୋଟିର ପ୍ରତିରକ୍ଷା ଡିଲ୍ ,୫୫ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ।

 

୧୯-ହର୍ମୁଜରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଇରାନୀ ଅଧିକାରୀଙ୍କୁ କଲେ ସମନ।

 

୨୦-ପହଲଗାମ ଆତଙ୍କୀ ଆକ୍ରମଣ ମାମଲା: ହାଫିଜ୍ ସଇଦ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି।