July 15, 2026

ଗଛ ପଡ଼ି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

IMG-20260715-WA0000
Share

 

 

ଖଇରା ( ଦେବାଶିଷ ଦାଶ )

 

ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମଧ୍ୟ ସେଥିରୁ ବାଦ୍ ପଡ଼ିନାହିଁ । ଏହି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ୫୭ ନମ୍ବର ରାଜ୍ୟ ରାଜପଥ କୋଚିଆକୋଇଲି ଠାରେ ଏକ ତେନ୍ତୁଳି ଗଛ ଉପୁଡି ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଯାହାଦ୍ବାରା କିଛି ସମୟ ପାଇଁ ଯାତାୟାତରେ ବ୍ଯାଘାତ ସୃଷ୍ଟି ହୋଇଥିଲା । ଖବରପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲେ । ତୁରନ୍ତ ଦମକଳ ବାହିନୀଙ୍କ ପଦକ୍ଷେପକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉକି- ଖଇରା ଦମକଳ କାର୍ଯ୍ଯାଳୟ ପ୍ରତିଷ୍ଠା ହେବା ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଦିନ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ କରି ନାହାନ୍ତି କର୍ମଚାରୀ ମାନେ । ଏଠାକୁ ଯେତେ କର୍ମଚାରୀ ଆସିଛନ୍ତି ସମସ୍ତଙ୍କ ନିକଟରେ ଉଚ୍ଚ ସେବା ମନୋବୃତ୍ତି ଭାବ ଥିବାରୁ ସବୁବେଳେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।।