July 15, 2026

ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ ::ବିଦ୍ୟାଳୟ ରେ ନୈତିକ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ

IMG-20260714-WA0104
Share

.

ଖୋର୍ଦ୍ଧା ( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ପୌରପରିଷଦ ଅଧୀନ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁଜଙ୍ଗ ର ନୂତନ ବିଦ୍ୟାଳୟ ପରିଚାଳନା କମିଟି (SMC)ଗଠନ ହୋଇଛି l ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ଜେନା ଙ୍କ ଆବାହକତ୍ୱରେ ଏହି କମିଟି ବୈଠକ ହୋଇଥିଲା ବେଳେ ସଭାପତି ରୂପେ ଗୌତମ କୁମାର ପଟ୍ଟଯୋଶୀ, ଉପ ସଭାପତି ଭାବେ ରେଣୁବାଳା ବେହେରା ମନୋନୀତ ହୋଇଥିଲେ l ସେହିପରି ଅନ୍ୟତମ ସଦସ୍ୟ ରୂପେ ସମରେନ୍ଦ୍ର ନାଥ ଶତପଥି,, ଗୋପାଳ କୃଷ୍ଣ ପ୍ରଧାନ, ମନୋରଞ୍ଜନ ରଣା, ମମତା ମହାରଣା, ଜ୍ୟୋଷ୍ଣାରାଣୀ ବେହେରା, ସୁରେନ୍ଦ୍ର କୁମାର ଛାଟୋଇ, ସନ୍ତୋଷ କୁମାର ସାହୁ, ଛବିନ୍ଦ୍ର ମହାପାତ୍ର, ଗାୟତ୍ରୀ ପ୍ରିୟା ଶତପଥି, ପ୍ରଫୁଲ କୁମାର ନାୟକ, ସସ୍ମିତା ମହାରଣା, ମଞ୍ଜୁଲତା ଦିଗଲ ପ୍ରମୁଖ ସଦସ୍ୟ ମନୋନୀତ ହୋଇଥିଲେ l ଅନ୍ୟପଟେ ସ୍ଥାୟୀ ସଦସ୍ୟ ରୂପେ ସ୍ଥାନୀୟ କାଉନସିଲର, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,, ବରିଷ୍ଠ ଶିକ୍ଷକ, ଶିକ୍ଷାବିତ,ମଧ୍ୟ କମିଟିରେ ରହିଥିଲେ l ତେବେ ବର୍ତମାନ ର ସମୟରେ ସରକାରୀ ନୀତି ନିୟମ ଅନୁସାରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଗୁଣାତ୍ମକ, ଶିକ୍ଷାକୁ ଗୁରୁତ୍ୱ ଦେଇ ଚାଲିଥିଲା ବେଳେ ଏହି ଅବସରେ ନବନିର୍ବାଚିତ ସଦସ୍ୟ ସଦସ୍ୟା ମାନେ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଷୟ ବସ୍ତୁ ପାଠ ପଢା ସହିତ ନୈତିକ ଶିକ୍ଷା କୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲେ l ସେହିପରି ବିଦ୍ୟାଳୟ ରେ କିଭଳି ଶତପ୍ରତିଶତ ରେଜଲ୍ଟ ହେବ, ଡ୍ରାପ ଆଉଟ ହ୍ରାସ କରିବା, ବିଦ୍ୟାଳୟ ରେ ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା,, ଶୃଙ୍ଖଳା,କୁ ଦୃଷ୍ଟିରେ ରଖି ବିଶେଷ କରି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସହଯୋଗରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ, l ସେହିପରି ବିଦ୍ୟାଳୟ ରେ କେଉଁ କେଉଁ ସମସ୍ୟା ରହିଛି ତାହା କୁ ଲିପବଦ୍ଧ କରି ଆସନ୍ତା ବୈଠକ ରେ ଉଥଥାପନ କରିବାକୁ ପ୍ରଧାନ ଶିକ୍ଷକ ଙ୍କୁ ପରାମର୍ଶ ଦିଆଯାଇଥିଲା l, ସଭାପତି, ଉପସଭାପତି ସମସ୍ତ ସଦସ୍ୟ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ସୁଚିତ୍ରା ନାୟକ ଧନ୍ୟବାଦ ଦେଇଥିଲେ l,

You may have missed