August 26, 2026
ytuyu-1-292x300-1-150x150-1-150x150-1-150x150-1
Share

*ଖବର ଆଜିର*
ତାରିଖ ୦୬/୦୬/୨୦୨୩ ମଙ୍ଗଳବାର ।
ରେଳ ଦୁର୍ଘଟଣାର ଆହତମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଭେଟିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ଏବେବି ଚିହ୍ନଟ ଅପେକ୍ଷାରେ ୧୦୧ ମୃତ ଯାତ୍ରୀ, ଖୋଲିଲା ଡିଏନଏ ଟେଷ୍ଟିଂ ସେଂଟର ।

୧୨୦୮ ଆହତଙ୍କ ଭିତରୁ ଡିସ୍‌ଚାର୍ଜ ହେଲେଣି ୧୦୦୯; ୧୯୮ ଚିକିତ୍ସାଧୀନ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଓଡ଼ିଶା ଆସିବେ। ବାହାନଗା ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ହୋଇ କଟକରେ ଚିକିତ୍ସାଧିନ ଅଛନ୍ତି।

ବ୍ରିଟେନ ରାଜା କିଙ୍ଗ୍ସ ଚାର୍ଲ୍ସ ତୃତୀୟ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଶୋକ ସନ୍ଦେଶ ପଠାଇଛନ୍ତି । ଏଥିରେ ସେ ଓଡ଼ିଶା ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ଉପରେ ଦଃଖ ପ୍ରକାଶ କରିଛନ୍ତି । ନିଜ ସନ୍ଦେଶରେ କିଙ୍ଗ ଚାର୍ଲ୍ସ ୪୩ ବର୍ଷ ପୂର୍ବେ ନିଜ ଓଡ଼ିଶା ଯାତ୍ରାକୁ ମନେ ପକାଇଛନ୍ତି ।

ଓଡ଼ିଶା ଟ୍ରେନ ଦୁର୍ଘଟଣାର ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଲା ରିଲାଏନ୍ସ ଫାଉଣ୍ଡେସନ, ଘୋଷଣା କଲା ୧୦ ସୂତ୍ରୀ କାର୍ଯ୍ୟକ୍ରମ ।

ବାହାନଗା ରେଳ ଦୁର୍ଘଟଣାକୁ ନେଇ ମାମଲା ରୁଜ୍ଜୁ କଲା ରେଳବାଇ ପୁଲିସ୍ ।

ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ; NIRF ରାଙ୍କିଙ୍ଗରେ ଓଡ଼ିଶାରେ ପୁଣି ୦୧ ନମ୍ବର ।

ମହାରାଷ୍ଟ୍ରରେ ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ଅମିତ ଶାହଙ୍କ ସହ ବୈଠକ ପରେ ଫଡନାଭିସଙ୍କ ଘୋଷଣା ।

ବୀମା କମ୍ପାନିଙ୍କୁ ଆଇଆରଡିଏର କଡ଼ା ନିର୍ଦ୍ଦେଶ, ରେଳ ଦୁର୍ଘଟଣା ପୀଡ଼ିତଙ୍କ ବୀମା ଦାବିଗୁଡ଼ିକର ନିଜଆଡ଼ୁ ସମାଧାନ କର ।

ପୁଣି ମଣିପୁରରେ ହିଂସା ପରେ ବଜାର ବନ୍ଦ, ଏଟିଏମ ଖାଲି। ପରିବହନ ସେବା ପୂରା ଠପ୍ ।

ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ।

ICC ଟ୍ରଫି ଜିତିବାକୁ ଖେଳାଳି ଆଦୌ ଚାପରେ ନାହାନ୍ତି: ଫାଇନାଲ ପୂର୍ବରୁ ରାହୁଲ ଦ୍ରାବିଡ ।

ଇଥାନଲ ମିଶ୍ରିତ ଡିଜେଲ ହେବ ବିକ୍ରି, ପରୀକ୍ଷାମୂଳକ ଯୋଜନା ଆରମ୍ଭ କରିବ BPCL ।

ରେଳ ଦୁର୍ଘଟଣାକୁ ନେଇ ତେଜୁଛି ରାଜନୀତି। ବିଦେଶରୁ ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ ।

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଡ୍ରାଇଭର ଓ ଗାର୍ଡଙ୍କ ବୟାନ ରେକର୍ଡ ।

ମୃତଦେହ ରଖିବା ପାଇଁ ଏମ୍‌ସରେ ସ୍ଥାନ ଅଭାବ, ପାରାଦୀପରୁ ପହଞ୍ଚିଲା ୫ କଣ୍ଟେନର ।

ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହିତ ପ୍ରବାସୀ ଭାରତୀୟ, ବାଇଡେନ-ମୋଦିଙ୍କ ବନ୍ଧୁତ୍ୱର ସାକ୍ଷି ହେବେ ହଜାର ହଜାର ଲୋକ ।

ସୁପ୍ରଭାତ ,ଶୁଭ ସକାଳ ।

You may have missed