ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ
ବେଗୁନିଆ (ଉପାନ୍ତ ଖବର ମାନସ ରଞ୍ଜନ କର) ତା୧୧/୭ବେଗୁନିଆ ଶିକ୍ଷାମଣ୍ଡଳ ଅନ୍ତର୍ଗତ ପି.ଏମ୍.ଶ୍ରୀ.ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଛାତ୍ର ଛାତ୍ରୀ ମାନଙ୍କ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସୌମ୍ୟରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ପରିଚାଳନା ପରିଷଦ ଗଠିତ ହୋଇଯାଇଅଛି। ପିତାମାତାଙ୍କ ମଧ୍ୟରୁ ପ୍ରଶାନ୍ତ କୁମାର ବାରିକ ଅଧ୍ୟକ୍ଷ, ରୀନା ପ୍ରଧାନ ଉପାଧ୍ୟକ୍ଷା , ବାସନ୍ତୀ ନାୟକ, ସଙ୍ଗୀତା ପଟ୍ଟନାୟକ , ନମିତା ପ୍ରଧାନ, ସାଧନା ମହାନ୍ତି, ସୁଜାତା ରଥ, ବୀଣାପାଣି ଜେନା,ମାନୀନି ସାହୁଙ୍କୁ ସଭ୍ୟା, ସୁଦର୍ଶନ ସ୍ୱାଇଁ, ଯୋଗେଶ୍ୱର ନାୟକ, ଶିଶିର କୁମାର ସାହୁ, ବିଶ୍ୱଭୂଷଣ ବଳିୟାର ସିଂହ ଓ ସନ୍ତୋଷ କୁମାର ରଣସିଂହ ଙ୍କୁ ସଭ୍ୟ ରୂପେ ସର୍ବ ସମ୍ମତିକ୍ରମେ ଗ୍ରହଣ କରାଯାଇଛି। ସରକାରୀ ନିର୍ଦ୍ଦେଶନାମା ଓ ମାର୍ଗ ଦର୍ଶିକା ଆଧାରରେ ୱ୍ଆଡ ସଭ୍ୟା ବାସନ୍ତୀ ନାୟକ, ଅଙ୍ଗନବାଡି କର୍ମୀ ସ୍ୱର୍ଣ୍ଣ ଲତା ପୃଷ୍ଟି, ଆଶାକର୍ମୀ ପୁଷ୍ପାଞ୍ଜଳି ନାୟକ, ବରିଷ୍ଠ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ଓ ପ୍ରଧାନଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ମଧ୍ୟ ଉକ୍ତ ପରିଷଦ ର ସଭ୍ୟ ରୂପେ ମଧ୍ୟ ନିଆଯାଇଛି। ଉକ୍ତ କମିଟି ଗଠନ ରେ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର, ଶିକ୍ଷୟିତ୍ରୀ ଶୁଭ ଲକ୍ଷ୍ମୀ ସାହୁ ଙ୍କ ସମେତ ବିରଞ୍ଚିନାରାୟଣ ସାହୁ, ବିଶ୍ବରଂଜନ ପରିଡ଼ା ଓ ସନ୍ତୋଷ ଗୁମାନ ସିଂହ ସହଯୋଗ କରିଥିଲେ। ଶୃଙ୍ଖଳାର ସହିତ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଥିବାରୁ ବେଗୁନିଆ ଗ୍ରାମ୍ୟ କମିଟିର ସଭାପତି ମାୟାଧର ମାର୍ଥା ଓ ବିଶିଷ୍ଟ ଭଦ୍ର ବ୍ୟକ୍ତି ଭବାନୀଶଙ୍କର ଜୟସିଂହ ବିଦ୍ୟାର୍ଥୀ ମାନଙ୍କର ପିତାମାତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି।
