ଠିପି ବନ୍ଦ ମଦ ଦୋକାନ ନିର୍ମାଣକୁ ନେଇ ତେଜୁଛି ଜନ ଅସନ୍ତୋଷ: ଅବକାରୀ ଗାଇଡ଼ଲାଇନକୁ ଫୁ..
ଲାଞ୍ଜିଗଡ଼, (ପୁରନ୍ଦର୍ ଦଣ୍ଡସେନା) : ରାଜପଥଠାରୁ ୨୨୦ ମିଟର ଦୂରତାରେ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଖୋଲିବାର ନିୟମ ଥିଲେହେଁ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ନିର୍ମାଣ ହେଉଛି ମଦ ଦୋକାନ | ତାହା ପୁଣି ଦେଖୁବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ସହରରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ନିକଟରେ ନୂଆରେ ଲଟେରୀ ପାଇଥୁବା ମଦ ବ୍ୟବସାୟୀଙ୍କ ଦୋକାନ ଖୋଲିବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଭିଯୋଗ ଅନୁଯାୟୀ ରାଜପଥ ନିକଟରେ ମଦ ଦୋକାନ ସ୍ଥାପନ ପାଇଁ ସରକାର ନିର୍ଦ୍ଧାରିତ ହଜାରରୁ କମ୍ ଜନ ସଂଖ୍ୟା ଥିବା ଅଞ୍ଚଳରେ ୨୦୦ ମିଟର ଦୂରତା ଆବଶ୍ୟକତା ଥିବାବେଳେ ପ୍ରାୟ ୧୦ ମିଟର ଦୂରରେ ନୂତନ ଦୋକାନ ନିର୍ମାଣ କାମ ଚାଲିଛି I ଅବକାରୀ ନିୟମ ରାଜପଥ ନିୟମ ଅନୁସାରେ ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥାନ ଓ ଜନବସତି ନିକଟରେ ମଦ ଦୋକାନ ଖୋଲିବା ଉପରେ କଡ଼ା ନିୟମ ରହିଛି।
କିନ୍ତୁ ସେହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ମୁଖ୍ୟରାସ୍ତା ନିକଟରେ ମଦ ଦୋକାନ ରହିଲେ ସଡ଼କ ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ ଖରାପ ପ୍ରଭାବ ପଡ଼ିପାରେ I ଏହାକୁ ପାଠ ପଢାରେ ବ୍ୟାଘାତ ହେବା, ସାମାଜିକ ପରିବେଶ ଉପରେ ମଧ୍ଯ ପ୍ରଭାବ ନେଇ ସ୍ଥାନୀୟ ଲୋକେ ତୁରନ୍ତ ତଦନ୍ତ ହୋଇ ଦୋକାନ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି I ଯଦି ସ୍ଥାନାନ୍ତର କରା ନଯାଏ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ କଳାହାଣ୍ଡି ଅବକାରୀ ଅଧୂକ୍ଷକ ରଞ୍ଜନ କୁମାର ନାଏକଙ୍କୁ ପଚାରିବାରୁ ଆମ ପାଖକୁ ଅଭିଯୋଗ ଆସିଛି ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*
