July 11, 2026

କିଏ କହୁଛି ଠିକ…. ଠିକାଦାର ନା ଗ୍ରାମବାସୀ…..। ଏଠି ପ୍ରଶାସନ ଚୁପ କାହିଁକି…..???

IMG-20260710-WA0068
Share

 

 

ତିର୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ର ତୁଳଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋରିଷ ପୋଖରୀ ଗ୍ରାମରେ ଗୋଚର ଜମିରେ ପୋଲ ନିର୍ମାଣକୁ ନେଇ ତୀବ୍ର ବିବାଦ ଦେଖାଦେଇଛି । ଶତାଧିକ ଗ୍ରାମବାସୀ କାମକୁ ବିରୋଧ କରିବା ସହ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ (JE), ଉପଖଣ୍ଡ ଅଧିକାରୀ (SDO) ଏବଂ ଠିକାଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ଗ୍ରାମବାସୀ, ଠିକାଦାର ଓ କିଛି ସ୍ଥାନୀୟ ବ୍ୟକ୍ତିଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କେନାଲ ପ୍ଲଟ ନଂ – ୧୧୨ ଏବଂ ପୋଲ କରାଯାଉଛି ପ୍ଲଟ ନଂ – ୧୦୯, (ଗୋଚର କିସମ )ରେ । ଏବଂ ସେମାନଙ୍କ ଚାଷ ଜମିକୁ ଟ୍ରାକ୍ଟର ଓ ହଳ ଯିବା ପାଇଁ ଦୀର୍ଘ ଦିନ ଧରି ଅଧା ରେ ପଡ଼ି ରହିଥିବା ପୋଲ କାମ ଉଦେଶ୍ୟ ମୂଳକ ଭାବେ ସମ୍ପୂର୍ଣ୍ଣ କରା ଯାଉନାହିଁ । ଜାଣିଶୁଣି ଚାଷୀଙ୍କୁ ଅଣଦେଖା କରା ଯାଇଛି । ଏହା ପରିବର୍ତ୍ତେ ଗ୍ରାମର ଗୋଚର ଜମି, ଯେଉଁଠାରେ ବଣ ଜଙ୍ଗଲ ରହିଛି, ସେ ଯାଗାରେ କୌଣସି ବାସଗୃହ ନାହିଁ ଏବଂ ସାଧାରଣ ଲୋକଙ୍କର କୌଣସି ପ୍ରତ୍ୟକ୍ଷ ଉପକାର ନାହିଁ, ସେହି ସ୍ଥାନରେ ପୋଲ ନିର୍ମାଣ କରାଜିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଉଛି । ଗ୍ରାମବାସୀଙ୍କ ଅଭିଯୋଗ ଯେ, ଗ୍ରାମର କିଛି ପ୍ରଭାବଶାଳୀ ଓ ଅସାମାଜିକ ବ୍ୟକ୍ତିଙ୍କ କଥାରେ ଠିକାଦାର, କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡ ଅଧିକାରୀ ଯୋଜନାବଦ୍ଧ ଭାବେ ଲୋକସ୍ୱାର୍ଥ ବିରୋଧୀ ସ୍ଥାନରେ ପୋଲ ନିର୍ମାଣ କରୁଛନ୍ତି । ଏ ନେଇ ବାରମ୍ବାର ବିରୋଧ କରାଯାଇଥିଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ବାବଦରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ଆଜି ପୋଲର ଛାତ ପକାଇବା କାମ ଆରମ୍ଭ ହେବାକୁ ଥିବାବେଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଘଟଣାସ୍ଥଳରେ ପହଞ୍ଚି କାମକୁ ଅଟକାଇ ତୀବ୍ର ପ୍ରତିବାଦ କରିଥିଲେ । ଏହି ସମୟରେ ଠିକାଦାର ଓ ତାଙ୍କୁ ସମର୍ଥନ କରୁଥିବା କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସହ ଗ୍ରାମବାସୀଙ୍କ ବଚସା ହୋଇଥିଲା । ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନା ପୂର୍ଣ୍ଣ ହୋଇଯାଇଥିଲା । ଏହି ଘଟଣା ସମ୍ପର୍କରେ ଜଗନ୍ନାଥପୁର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବାଷ ଚନ୍ଦ୍ର ପଢ଼ିଆରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଠିକାଦାର ଓ ଗ୍ରାମବାସୀ ଏକାଧିକ ଥର ଫୋନ ଯୋଗେ ଯୋଗାଯୋଗ କରିଥିଲେ । ତେବେ ସେ ଫୋନ ରିସିଭ୍‌ କରିନଥିବା ଅଭିଯୋଗ ହୋଇଛି । ତେବେ ଗ୍ରାମବାସୀଙ୍କ ଏହି ସମସ୍ତ ଅଭିଯୋଗ ସମ୍ପର୍କରେ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ । ତେଣୁ ଅଭିଯୋଗ ଗୁଡ଼ିକର ସ୍ୱାଧୀନ ଯାଞ୍ଚ ହେବା ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

You may have missed