ବିଇଓ ଲୋପାମୁଦ୍ରା ରଥଙ୍କ ଉଦ୍ୟମରେ ବନମହୋତ୍ସବ ପାଳନ
ସଂପ୍ରତି କ୍ରମ ବର୍ଦ୍ଧିତ ବାୟୁ ମଣ୍ଡଳ ତାପମାତ୍ରା ଓ ଆକସ୍ମିକ ବିପର୍ଯ୍ୟୟ କବଳରୁ ରକ୍ଷା ପାଇବା ପାଇଁ ତଥା ସର୍ବୋପରି ପୃଥିବୀରେ ଏକ ସବୁଜ ବଳୟ ସୃଷ୍ଟି କରିବା ପାଇଁ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷ ଚାରା ରୋପଣ ଅତ୍ୟାବଶ୍ୟକ ହୋଇପଡିଛି। ତେଣୁ ସାରା ଭାରତରେ ସରକାରଙ୍କ ଆହ୍ଵାନ ଓ ନିର୍ଦ୍ଦେଶ ପ୍ରକାରେ “ଏକ ପେଡ୍ ମା କେ ନାମ – ୩.୦” କାର୍ଯ୍ୟକ୍ରମ ଜାରି ରହିଛି। ସେହି କ୍ରମରେ ଆଜି ୭୭ ତମ ବନମହୋତ୍ସବର ୭ମ ଦିବସରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ମିଳିତ ଦାୟିତ୍ଵ ରେ ଥିବା ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତି ଲୋପାମୁଦ୍ରା ରଥଙ୍କ ଉଦ୍ୟମ ଓ ତତ୍ତ୍ଵାବଧାନରେ ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ବନମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି। ଏହି ବନମହୋତ୍ସବ କାର୍ଯ୍ୟକ୍ରମରେ “ଏକ ପେଡ୍ ମା କେ ନାମ- ୩.୦” ଆଧାରରେ ବିଇଓ ଅଫିସ୍ ହତା ଭିତରେ ବିଭିନ୍ନ ପ୍ରକାରର ଫୁଲ ଓ କ୍ରୋଟନ୍ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାୟକ, ଏବିଇଓ ସୁବାସିନୀ ତ୍ରିପାଠୀ, ଏବିଇଓ ଗଜେନ୍ଦ୍ର ସେଠୀ, ବଡ଼ବାବୁ ପବିତ୍ର କୁମାର ପାତ୍ର, ସମସ୍ତ ଅଫିସ କର୍ମଚାରୀ ଏବଂ ସମସ୍ତ ସିଆରସିସି ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ।
ସେହିପରି ବେଲଗୁଣ୍ଠା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ମଧ୍ୟ ଦିନର ପ୍ରଥମାର୍ଦ୍ଧରେ ବନମହୋତ୍ସବ ପାଳନ କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏବିଇଓ, ସମସ୍ତ ଅଫିସ କର୍ମଚାରୀ ଏବଂ ସମସ୍ତ ସିଆରସିସି ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ। ଏହିପରି ପବିତ୍ର କାର୍ଯ୍ୟ ତଥା ନିଆରା ପଦକ୍ଷେପ ସମସ୍ତ ଶିକ୍ଷକ ସମାଜ ଓ ଶିକ୍ଷା କର୍ମଚାରୀ ମାନଙ୍କ ପାଇଁ ଏକ ଉଦାହରଣ, ବାର୍ତ୍ତା ଓ ପ୍ରେରଣା ଅଟେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
