July 8, 2026

ଫଟାବାହାଲ ଶିଶୁମନ୍ଦିର ସ୍କୁଲରେ ବନମହୋତ୍ସବ 

IMG-20260708-WA0096
Share

ପଡିଆବାହାଲ – ପଡିଆବାହାଲ ଅନ୍ତର୍ଗତ ଫଟାବାହାଲ ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲରେ ବନମହୋତ୍ସବ ପାଳିତ ହୋଇଥିଲା l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନରେଶ ପାଣିଗ୍ରାହୀ ଙ୍କ ତତ୍ତ୍ୱବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବେଶ ପ୍ରେମୀ ଆଡ଼ଭୋକେଟ ରାଧେଶ୍ୟାମ ପଣ୍ଡା ଓ ଟିକେଶ୍ୱର ପ୍ରଧାନ ଙ୍କ ସହିତ ଗୁରୁଜୀ ଶ୍ରୀ ଦିଲୀପ କର୍ଣ୍ଣ, ଭଗବାନ ଦୀପ, ସୁବ୍ରତ ସତପଥୀ, ଓମ ପ୍ରକାଶ କୁମରା, ଯୋଗେଶ୍ୱର କର୍ମୀ, ମଧୁସୂଦନ ମାଝୀ, ବାପୁନ ପ୍ରଧାନ ଏବଂ 92ଜଣ ଛାତ୍ର ଯୋଗଦାନ କରିଥିଲେ l ଛାତ୍ର ମାନେ ବୃକ୍ଷ ଏବଂ ପ୍ଲାକାର୍ଡ ଧରି ଅଞ୍ଚଳରେ ଜନସଚେତନ କାର୍ଯ୍ୟକ୍ରମ କରିଥିଲେ ଏବଂ ରାସ୍ତା କଡ଼ରେ ବୃକ୍ଷ ରୋପଣ କରିଥିଲେ l ସମ୍ବଲପୁର ଜଙ୍ଗଲ ବିଭାଗ ତରଫରୁ ଅଣାଯାଇଥିବା ଚାରା ରୋପଣ କରିଥିଲେ ଏବଂ ବୃକ୍ଷ ହିଁ ଜୀବନ ଏହାର ସ୍ଲୋଗାନ ଦେଇଥିଲେ l