July 2, 2026

ଦୁଇ ବାଇକ ମୁହାଁ ମୁହିଁ ଧକ୍କା , ଜଣେ ମୃତ , ଜଣେ ଆହତ

IMG-20260702-WA0005
Share

ମୋହନା–ବୁଧବାର ମଧ୍ୟାହ୍ନ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି ।ସୂଚ଼ନା ମୁତାବକ ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଲୁଦିଗୁଡ଼ା ଗ୍ରାମରୁ ଏକ ବାଇକରେ ଜାକୋବ ଗମାଙ୍ଗଙ୍କ ପୁଅ ବାବୁଲା ଗମାଙ୍ଗ (୨୩) କୌଣସି କାମରେ ମୋହନା ଆସୁଥିବା ବେଳେ ଅପରପାର୍ଶ୍ୱ ରା. ଉଦୟଗିରି ଥାନା ଅନ୍ତର୍ଗତ ପରିମଳ ପଞ୍ଚାୟତ ଅଧିନ ଲିବିଡ଼ିଗୁଡା ଗ୍ରାମର ୱେଲସନ ରଇତ ମୋହନା ଥାନା ଅନ୍ତର୍ଗତ ଅନ୍ତରବାରୁ ପରିମଳ ଯିବା ସମମୟରେ ରେଣୁ ଘାଟି ରାସ୍ତା ବୁଲାଣିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଉଭୟେ ରାସ୍ତା କଡ଼କୁ ଛିଟିକି ପଡ଼ି ମୁମୁର୍ଶୁ ଅବସ୍ଥାରେ ପଡ଼ିଥିଲେ ।  ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଘଟଣା ସ୍ଥଳରୁ ଉଦ୍ଧାର କରି ୧୦୮କୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଦେବପ୍ରକାଶ ପାତ୍ର ବାବୁଲାକୁ ମୃତ ଘୋଷଣା କରିଥିଲେ । ଗୁରୁତର ୱେଲସନକୁ ଡାକ୍ତର ଅଧିକା ଚ଼ିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି ।