June 29, 2026

ରାତି ପାହିଲେ ହୋଇଥାନ୍ତେ ଇଞ୍ଜିନିଅର, ରାତିଅଧରେ ଚାଲିଗଲା ଜୀବନ

IMG-20260629-WA0015
Share

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବଡବେଣାକୁଦି ଗ୍ରାମପଞ୍ଚାୟତ ବୋରକୁଦି ଗ୍ରାମର ପ୍ରଶାନ୍ତ ବେହେରାଙ୍କ କଥା l ପ୍ରଶାନ୍ତ ହେଉଛନ୍ତି ବରକୁଦି ଗ୍ରାମର ପିତା ପ୍ରମୋଦ ବେହେରା,ମାତା ସୁକାନ୍ତି ବେହେରାଙ୍କର ଜ୍ୟଷ୍ଠପୁତ୍ର l ବାପା ମା ଯେତେ ଦୁଃଖରେ ଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ଇଞ୍ଜିନିୟରିଙ୍ଗ ପାଠ ପଢ଼ାଇଥିଲେ l ବ୍ରହ୍ମପୁରରେ ପ୍ରଶାନ୍ତଙ୍କୁ ଇଞ୍ଜିନିଅର ଭାବେ ଯୋଗଦେବା ପାଇଁ ଜଏନିଙ୍ଗ ଲେଟର ଆସିଥିଲା l ହେଲେ ଏହି ଖୁସି ଦେଖିବା ଆଗରୁ ଚାକିରୀରେ ଯୋଗଦେବା ପୂର୍ବରାତିରେ ପ୍ରଶାନ୍ତଙ୍କ ଛାତିରେ ଯନ୍ତ୍ରଣା ହୋଇ ଜୀବନ ଚାଲିଯାଇଥିଲା l ପ୍ରଶାନ୍ତଙ୍କ ବାପା ପ୍ରମୋଦ ବେହେରାଙ୍କ କହିବାନୁସାରେ ଚାକିରୀରେ ଯୋଗଦେବାପାଇଁ ପ୍ରଶାନ୍ତ ପୂର୍ଣ୍ଣ ପ୍ରସ୍ତୁତି ଥିଲେ l ଚାକିରୀ ରେ ଯୋଗଦେବାକୁ ଥିବା ପୂର୍ବରାତିରେ ପ୍ରଶାନ୍ତଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା l ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବ୍ରହ୍ମଗିରି ରେବେଣାନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ l ସେଠାରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ l ଚିଲିକା କୂଳରେ କୁଡ଼ିଆ ଘରେ ରହି ପୁଅକୁ ବଡମଣିଷ କରିବାର ଆଶା ପ୍ରମୋଦଙ୍କର ଆଶାରେ ରହିଗଲା l ଘରେ ବସି ସାନପୁଅକୁ ଧରି ଦିନରାତି କାନ୍ଦୁଛନ୍ତି ପ୍ରଶାନ୍ତଙ୍କ ବାପା ଏବଂ ମା l ସରକାର ଏହି ଗରିବ ପରିବାର ପ୍ରତି ଧ୍ୟାନ ଦେବାକୁ ଦାବି କରୁଥିବାବେଳେ ସ୍ଥାନୀୟ ସାମାଜିକ ଅନୁଷ୍ଠାନ ସୋର୍ଡ ପକ୍ଷରୁ ପ୍ରଶାନ୍ତଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯିବ ବୋଲି ସମ୍ପାଦକ ଵାପିନା ବେହେରା ଜଣାଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l