ଶ୍ରୀଅରବିନ୍ଦ ପାଠଚକ୍ରର ବାର୍ଷିକ ଉସ୍ଚବ ଅନୁଷ୍ଠିତ
ଖୋର୍ଦ୍ଧା- ଖୋଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦଳେଇସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମର ଭାଗବତୀ ଛକ ସ୍ଥିତ ତିନିସାହି ଭାଗବତ କୋଠଘର ସଭାଗୃହରେ ଶ୍ରୀଅରବିନ୍ଦ ପାଠଚକ୍ର ମାଣିକାଗୋଡ଼ାର ପ୍ରଥମ ବାର୍ଷିକ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ବୋଲଗଡ଼ ବ୍ଲକ ଆବାହକ ବିଶ୍ବଜିତ ମହାପାତ୍ରଙ୍କ ଆବାହକତ୍ଵରେ ତଥା ମାଣିକାଗୋଡ଼ା ଶ୍ରୀଅରବିନ୍ଦ ପାଠଚକ୍ରର ପଞ୍ଚାୟତ ଆବାହକ ମଧୁସୂଦନ ମହାରଣାଙ୍କ ସଂଯୋଜନାରେ ଏହି ବାର୍ଷିକ ଉସ୍ଚବଟି ଅନୁଷ୍ଠିତ ହୋଇ ଯାଇଛି। ଏହି ମହିଳା ପାଠଚକ୍ର ସମ୍ମିଳନୀ ରେ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ସଂଯୋଜକ ସୁରେନ୍ଦ୍ର ନାଥ ଜେନା, ଯୁବ ସଂଯୋଜକ ସୂଯ୍ୟକାନ୍ତ ମହାରଣା, ଅର୍ଥନୀତି ପ୍ରାକ୍ତନ ପ୍ରାଧ୍ୟାପକ ତଥା ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା ପରିଷଦର ଜିଲ୍ଲା ଆବାହକ ଉତ୍ତମ କୁମାର ପାଇକରାୟ, ବାଣପୁର ବ୍ଲକ ଆବାହକ ପ୍ରକାଶ କୁମାର ମହାପାତ୍ର, ବ୍ଲକ ଆବାହକ ତଥା ପଞ୍ଚବଟୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସମ୍ପାଦକ ଞାନରଞନ ଶତପଥୀ, ଆଲୋକ ଚନ୍ଦ୍ର ଛୋଟରାୟ , ରସୁଲଗଡ଼ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଧ୍ଯକ୍ଷ ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ସର୍ବପ୍ରଥମେ ଦିବ୍ଯଜନନୀ ଶ୍ରୀମା’ ଙ୍କ ଯନ୍ତ୍ର ସଂଗୀତ ସହ ଧ୍ଯାନ କରାଯାଇ ଦୁର୍ଗାସ୍ତୋତ୍ର, ମା’ପୁସ୍ତକର ୩ୟ ଅଧ୍ଯାୟ ପଠନ କରି ବୋଲଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ର ଅଧ୍ଯକ୍ଷା ଅରୋସ୍ମିତା ସାହୁ ସାବିତ୍ରୀ ଗ୍ରନ୍ଥ ପଠନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ପରିବାରରେ ଶାନ୍ତି ବଜାୟ ରଖିବାକୁ ହେଲେ, ଗୃହରେ ସଂଗତି ତଥା ସମାଜରେ ଆଧ୍ଯାତ୍ମିକତା ପରିବେଶ ସ୍ଥାପନ କରିବା ପାଇଁ ଘରେ ଘରେ ଶ୍ରୀମା’ ଶ୍ରୀଅରବିନ୍ଦ ଙ୍କ ବାର୍ତ୍ତା ପ୍ରସାର କରିବା ଏକାନ୍ତ ଜରୁରୀ । ଏଥିପାଇଁ ଘରେ ଘରେ ଶ୍ରୀଅରବିନ୍ଦ ପାଠଚକ୍ର ତଥା ଶ୍ରୀଅରବିନ୍ଦ ସାଧନା କେନ୍ଦ୍ର ପ୍ରତିଷ୍ଠା କରିବା ଆବଶ୍ଯକ ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଆଜିର ଏହି ମହିଳା ପାଠଚକ୍ର ସମ୍ମିଳନୀରେ ବୋଲଗଡ଼ ବ୍ଲକର ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ। ମାଣିକାଗୋଡ଼ା ଗ୍ରାମର ଅଖିଳ ସୁନ୍ଦରାୟ, ଆରତବନ୍ଧୁ ପ୍ରଧାନ, କର୍ପୂର ସାହୁ , ତିନିସାହି ମଉଜାର ସମ୍ପାଦକ ପୁଷ୍ପ ରଞ୍ଜନ ବିଶ୍ବାଳ, ମାଣିକାଗୋଡ଼ା ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସଂଯୋଜିକା ଶାନ୍ତିଲତା ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଉତ୍ତର କୁମାର ପାଇକରାୟ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ଉପାନ୍ତ ଖବର
