ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା

ସମ୍ବଲପୁର,୨୬.୬():ସମ୍ବଲପୁର “ସଖୀ” ତରଫରୁ ଜୟନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁବତୀ ଚାଲାଣ ଓ ନିଶା ନିବାରଣ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକା ଏଡ୍.ଏଟ୍.ଆକ୍ସନ ଯୋଗ ଦେଇ ନିଶାମୁକ୍ତ ସମାଜ ଗଠନରେ ସମସ୍ତଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।ସରପଞ୍ଚ ଶ୍ରୀମତୀ ଆରତୀ ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସକ୍ଷୀ ର କର୍ମକର୍ତ୍ତା ମିତାଲି ପଣ୍ଡା ଯୋଗ ଦେଇ ସକ୍ଷୀ ର କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରିଥିଲେ।ପାରାଲିଗାଲ କର୍ମୀ ସୁଷମା ପ୍ରଧାନ ଓ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇ ମହିଳା ମାନେ କିପରି ଭାବରେ ସମାଜ କୁ ନିଶା ମୁକ୍ତ କରି ପାରିବେ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଜୟନ୍ତପୁର ପଂଚାୟତ ସ୍ୱୟଂ ସହାୟକ ଦଳ ର ସଭ୍ୟ।,କୃଷି ମିତ୍ର ଓ ୱାର୍ଡ ମେମ୍ବର ମାନେ ଯୋଗ ଦାନ ଦେଇଥିଲେ। ଶେଷରେ ଭାରତୀ ବାଘ୍ ଧନ୍ୟବାଦ ଅର୍ପଣ କରିଥିଲେ।
