June 23, 2026

ଉମରକୋଟ ରେ ଗିରଫ ହେଲେ ଡକ୍ଟର ଅନ ଲାଇନରେ ପ୍ରେମ ଅଫ ଲାଇନ ରେ ଧକ୍କା ହନି ଟ୍ରାପ ରେ ଫସେଇ ଯୁବତୀଙ୍କ ଠାରୁ ୩୦ ଲକ୍ଷ ଟଙ୍କା ନେବା ସହିତ ଶାରିରୀକ ସମ୍ପର୍କ ରଖିଥିଲେ…………

IMG-20260623-WA0016
Share

ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ)ଜଣେ ଯୁବତୀର ଅସହାୟତା ର ସୁଯୋଗ ନେଇ ତାକୁ ଅନ ଲାଇନରେ ପ୍ରେମ ଭିକ୍ଷା କରିବା ପରେ ପ୍ରେମ କରି ଶାରିରୀକ ସମ୍ପର୍କ ରଖିବା ସହ ଯୁବତୀ ଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଇଛି।ଏପରି ସଙ୍ଗିନ ଅଭିଯୋଗ ଆସିଛି ଜଣେ ସରକାରୀ ଡକ୍ଟରଙ୍କ ବିରୋଧରେ।ଡକ୍ଟର ଜଣକ ହେଉଛନ୍ତି ଡକ୍ଟର ଅଭିନାଶ ମହାନ୍ତି।ଏହି ରସିକିଆ ଡକ୍ଟର ୨ ବର୍ଷ ପୂର୍ବେ ଉମରକୋଟ ନିକଟସ୍ଥ ସିଂସାରି ଠାରେ ଆଡହକ ଡକ୍ଟର ଭାବେ କାର୍ଯ୍ୟରତ ଥିଲେ।ଡକ୍ଟର ଙ୍କ ଘର କୋରାପୁଟ ଜିଲ୍ଲା କୋଟପାଡ଼ ବୋଲି ଶୁଣିବାକୁ ମିଳିଛି। ଓପିଏସସି ପାଇବା ପରେ ଡକ୍ଟର ମହାନ୍ତିଙ୍କ ସାନଖେମୁଣ୍ଡି ଅଞ୍ଚଳରେ କୌଣସି ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଥିଲେ।ଦୁଇ ବର୍ଷ ପୂର୍ବେ ଭୁବନେଶ୍ୱର ର ଜୈନେକ ଯୁବତୀ ଘରେ କିଛି ଅସନ୍ତୋଷ ସୃଷ୍ଟି ହେବା ପରେ ଦୁଃଖରେ ନିଜର କାହାଣୀ ଫେସବୁକ୍ ରେ ପୋଷ୍ଟ କରିଥିଲେ। ଏହାର ସୁଯୋଗ ନେଇ ଡକ୍ଟର ଅଭିନାଶ ମହାନ୍ତି ଫ୍ରେଣ୍ଡ ଅନୁରୋଧ ପଠାଇବା ପରେ ୪ ମାସ ପରେ ଯୁବତୀ ଜଣକ ବନ୍ଧୁତ୍ୱ ଗ୍ରହଣ କରିଥିଲେ।ଏହା ପରେ ଆରମ୍ଭ ହେଇଥିଲା ପ୍ରେମ ସମ୍ପର୍କ।ପରେ ଡକ୍ଟର ଯୁବତୀ ଙ୍କ ସହ ଚାଟ କରିବା,କଲ୍ କରିବା ପରେ ମିଶା ମିଶି ଆରମ୍ଭ ହେବା ସହ ବିବାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ।ଏପରିକି ଏହି ରସିକିଆ ଡକ୍ଟର ଯୁବତୀ ଙ୍କ ଠାରୁ ନଗଦ ୩୦ ଲକ୍ଷ ଟଙ୍କା,ସୁନା ଗହଣା ଓ ଦାମୀ ମୋବାଇଲ ମଧ୍ୟ ନେଇଥିବା ଯୁବତୀ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି। ଡକ୍ଟର ନିଜର ଜନ୍ମ ଦିନ ପାଳନ କରିବା ପାଇଁ ଯୁବତୀ ଙ୍କୁ ନେଇ ଦୁବାଇ ଯାଇଥିଲେ।ସେଠାରେ ମଧ୍ୟ ପାନୀୟ ରେ କିଛି ମିଶାଇ ଶାରିରୀକ ସମ୍ପର୍କ ରଖିଥିଲେ। ଦୁବାଇର ସମସ୍ତ ଖର୍ଚ୍ଚ ଯୁବତୀ ଜଣକ ହିଁ ବହନ କରିବା ପାଇଁ ଡକ୍ଟର ବାଧ୍ୟ କରିଥିଲେ।ସେଠାରେ ଡକ୍ଟର ଅଭିନାଶ ମହାନ୍ତି ଯୁବତୀଙ୍କୁ କହିଥିଲେ ତୁମେ ମୋ ଠାରୁ ବୟସରେ ବହୁତ ବଡ ଆଉ ମୋ ଜୀବନରେ ଆଉ ଜଣେ ଝିଅ ଆସିଗଲାଣି ଆଉ ଏଠି ଆମ ସମ୍ପର୍କକୁ ବନ୍ଦ କରିଦେବା।ଏହା ଶୁଣିବା ପରେ ଯୁବତୀଙ୍କ ଗୋଡ ତଳୁ ମାଟି ଖସି ଯାଇଥିଲା।ବିବାହ ପାଇଁ ଯୁବତୀ କେତେ କାକୁତି ମିନତି ହେବା ପରେ ବି ଡକ୍ଟର ଶୁଣିନଥିଲେ।ଏପରିକି ରସିକିଆ ଡକ୍ଟର ମହିଳା ଜଣକୁ କହିଥିଲେ ତୁମେ ଏହି ସବୁ କଥା ବାହାରେ ପ୍ରକାଶ କଲେ ତୁମର ନଗ୍ନ ଓ ଅନ୍ତରଙ୍ଗ ଫୋଟ ସବୁ ସୋସିଆଲ ମିଡିଆ ରେ ଭାଇରାଲ କରିଦେବି ବୋଲି ଧମକ ଦେଇଥିଲେ। ଏଥିରେ ଭୟଭୀତ ହେଇ ଶେଷରେ ନିରୁପାୟ ହେଇ ଯୁବତୀ ଜଣକ ଭୁବନେଶ୍ୱର ଏୟାର ଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ବୋଧେ ରସିକିଆ ଡକ୍ଟର ଅଭିନାଶ ମହାନ୍ତି ଏହା ଜାଣିବା ପରେ ଉମରକୋଟରେ ଆସି ଆତ୍ମଗୋପନ କରିଥିଲେ। କୌଣସି ସୂତ୍ରରୁ ଭୁବନେଶ୍ୱର ପୋଲିସ ଉମରକୋଟରେ ପହଞ୍ଚି ଡକ୍ଟର ଅଭିନାଶ ମହାନ୍ତିଙ୍କୁ ଗିରଫ କରି ଭୁବନେଶ୍ୱର ନେଇ ଯାଇଛି।ତଦନ୍ତ ପରେ ପ୍ରକୃତ ଘଟଣା ଲୋକ ଲୋଚନ କୁ ଆସିବ ବୋଲି ଶୁଣିବାକୁ ମିଳୁଛି।