ଆଜିର ଖବର..
୧-ରାଇରଙ୍ଗପୁର:ଜନ୍ମ ମାଟିରେ ମହାମହିମ, ଏମ୍ସ ସ୍ୱାସ୍ଥ୍ୟ ଶିବିରର କଲେ ଉଦଘାଟନ।
୨-ବାରିପଦା:ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ,୪୭,୬୦୦ କୋଟିର ହେବ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ।
୩-ଭୁବନେଶ୍ୱର:ତୁରନ୍ତ ବକେୟା ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ।
୪-ଭୁବନେଶ୍ୱର:ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’; ୧୦୦ ମାର୍କର ପରଫର୍ମାନ୍ସ ଇଣ୍ଡେକ୍ସରେ ହେବ ମୂଲ୍ୟାଙ୍କନ।
୫-୧୧ ଦିନ ହେଲା ତେଲେଙ୍ଗାନାରେ ଅଟକିଛି ମୌସୁମୀ,ଉତ୍ତର ଓ ମଧ୍ୟ ଭାରତର ପଖାପାଖି ୭ ରାଜ୍ୟ ବର୍ଷାକୁ ଅପେକ୍ଷା କରି ରହିଛନ୍ତି।
୬-ଭୁବନେଶ୍ୱର:ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ,୧୦ ହଜାର ୩୭୨ ବଢିଲା +୩ ସିଟ୍ ସଂଖ୍ୟା।
୭-ପୁରୀ:ଶ୍ରୀମନ୍ଦିରରେ ବଢ଼ି ଚାଲିଛି ଦଲାଲଙ୍କ ଠକାମୀ, ଟଙ୍କା ନେଇ କରାଉଛନ୍ତି ଜଗା ଦର୍ଶନ, ୧୧ ଗିରଫ।
୮-ଭୁବନେଶ୍ୱର:କ୍ୟୁଏସ୍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗରେ କିଟ୍ ର ଦବଦବା ଜାରି।
୯-ଭଦ୍ରକ,ଭଟପୁର:ଘରୁ ବାହାରିଲେ ନାଗନାଗୁଣୀ ସହ ୨୭ ଛୁଆ, ଚହଳ ପଡିଗଲା ଅଞ୍ଚଳରେ।
୧୦-ବ୍ଲକ୍ ପ୍ରଶାସନ-ଚାମେଲି ଓଝା ବିବାଦ ମାମଲା: ଆଉ ଜଣଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ।
୧୧-ବୈ।ଦ୍ଧ:SIR କାମର ଚାପ ନେଲା ଜୀବନ; ବୌଦ୍ଧରେ BLOଙ୍କ ଆତ୍ମହତ୍ୟା, ପରିବାରର ସଙ୍ଗୀନ ଅଭିଯୋଗ।
୧୨-ଜୟପୁର:ଚଢ଼ାଉ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଅଧିକାରୀ ତାଜୁବ, ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ ଠାବ।
୧୩-ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ,ହେବ ଏକ ପର୍ଯ୍ୟଟନ ସ୍ଥଳ।
୧୪-ବହିରେ ହୋଇଥିବା ତ୍ରୁଟିର କାରଣ ଖୋଜିବାକୁ ତନାଘନା ; ଗଣଶିକ୍ଷା ବିଭାଗ ସଚିବ ଓ ଅନ୍ୟ ଅଧିକାରୀଙ୍କୁ ଚାଲିଛି ପଚରାଉଚୁରା।
୧୫-ଶୀତଦିନ ପୂର୍ବରୁ ଦିଲ୍ଲୀ ସରକାରଙ୍କ ‘ୱିଣ୍ଟର ଆକ୍ସନ ପ୍ଲାନ’, ସହରକୁ ପଶିପାରିବନି ଅଣ- BS6 ଗାଡ଼ି।
୧୬-ଚେନ୍ନାଇ:ଦିନିକିଆରେ ବଦଳିବ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧, ହର୍ଷିତ ରାଣାଙ୍କ ଏଣ୍ଟ୍ରି ସହ କେଏଲ୍ ରାହୁଲଙ୍କୁ ମିଳିବ ନୂଆ ଦାୟିତ୍ୱ!
୧୭-ନୁଆ ଦିଲ୍ଲୀ:ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ବନ କର୍ମଚାରୀଙ୍କ ସହିତ ୨ ଗିରଫ।
୧୮-ନୂଆ ଦିଲ୍ଲୀ: ଫୁଟ୍ ପାଥରେ ଚାଲିବା ବ୍ୟକ୍ତିର ଏକ ମୈ।ଳିକ ଅଧିକାର: ସୁପ୍ରିମକୋର୍ଟ
୧୯-ମଧ୍ୟ ପ୍ରାଚ୍ୟ ପୁଣି ଅସ୍ଥିର, ଲେବନାନ୍ ଉପରେ ଇସ୍ରାଏଲର ଆକ୍ରମଣ,୪୭ ମୃତ,୯୭ ଆହତ।
୨୦-ଭାଙ୍କୋଭର:ଫିପା ବିଶ୍ଵ କପ୍; ପଡ଼ିଆରେ ଖେଳାଳି ମାରପିଟ୍,ଫାଉଲରେ ଭାଙ୍ଗିଲା କୋନେଙ୍କ ଗୋଡ଼,ଦୁଇ ଖେଳାଳୀଙ୍କୁ ରେଡ୍ କାର୍ଡ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
