June 19, 2026

ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ..

IMG-20260619-WA0020
Share

 

 

ପାରଳାଖେମୁଣ୍ଡି, ତା. ୧୯.୦୬.୨୦୨୬

 

ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ମହେନ୍ଦ୍ରଗିରି ପର୍ବତ ପର୍ଯ୍ୟଟନ ସ୍ଥଳୀରେ ଏକ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନ ସ୍ଥଳୀର ସ୍ବଚ୍ଛତା ରକ୍ଷା କରିବା ସହ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ଉକ୍ତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରି ସ୍ବଚ୍ଛତା ଏବଂ ପ୍ରାକୃତିକ ଐତିହ୍ୟର ସୁରକ୍ଷା ପାଇଁ ସମସ୍ତଙ୍କ ସହଭାଗିତାର ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ. ନାଗାରାଜୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦୟାମୟ ପାଢ଼ୀ, ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ, ଆର୍‌.ଉଦୟଗିରି ଶ୍ରୀ ରାକେଶ କୁମାର ସାହୁ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ସହ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସକ୍ରିୟ ଭାବେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ସାମୂହିକ ସ୍ବଚ୍ଛତା ଅଭିଯାନ ମାଧ୍ୟମରେ ମହେନ୍ଦ୍ରଗିରି ପର୍ବତର ପରିବେଶ ସୁରକ୍ଷା ଓ ସ୍ବଚ୍ଛ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସ୍ବଚ୍ଛତା ପ୍ରତି ସଚେତନତା ବୃଦ୍ଧି ହୋଇପାରିବ।

You may have missed