ସାରଳାଙ୍କ ନିତ୍ୟସେବକ ଧ୍ରୁବଚରଣ ରାଉଳ ଙ୍କ ବିୟୋଗରେ ଶୋକ
ତିର୍ତ୍ତୋଲ ତା 16/6/2026 ଝଙ୍କଡ଼ର ଅଧିଷ୍ଠାତ୍ରୀଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ତଥା ଦୈନିକସମ୍ବାଦପତ୍ର ସମ୍ବାଦ ର ନିୟମିତ ପାଠକ ଧ୍ରୁବଚରଣ ରାଉଳ (78) ଙ୍କ ର ଗତଶେଷରଜ ଦିନ ଅପରାହ୍ନ ରେ ପରଲୋକ ହୋଇଯାଇଛି l କିଛିଦିନ ପୂର୍ବରୁ ସେ ଏସ ସି ବି ମେଡିକାଲ ରେ ଚିକିଶ୍ଚିତ ହୋଇ ଘରକୁ ଫେରିଥିଲେ l ତାଙ୍କର ବିୟୋଗରେ ସାରଳାମନ୍ଦିରର ସମସ୍ତ ସେବାୟତ, ପ୍ରଶାସନିକ ଅଧିକାରୀ ଙ୍କ ସମେତ ଯୁଧିଷ୍ଠିର ରାଉଳ ବିରଞ୍ଚି ଦାଶ, ଶରତ ମହାପାତ୍ର, ମାନସ ସେନାପତି, ଉମାଶଙ୍କର ରାଉଳ, ତୁଷାରକାନ୍ତ ରାଉଳ, ରୁଦ୍ରପ୍ରସାଦ ରାଉଳ, ପ୍ରୀତମ ମହାନ୍ତି, ହରେକୃଷ୍ଣ ରାଉଳ, ରମାକାନ୍ତ ରାଉଳ ଓ ପୂର୍ବତନସରପଞ୍ଚ ନମିତା ରାଉଳ ଙ୍କ ସମେତ ସ୍ଥାନୀୟଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଶବଶୋଭାଯାତ୍ରା ରେ ବନି, ସସ୍ମିତା, ସୁମିତ୍ରା, ମହେଶ୍ଵେତା, ସଂଯୁକ୍ତା, ସଂଘମିତ୍ରା ଆୟୁଷ, ପିୟୁଷ, ଗଣେଶ, ଈଶାନ, ରିୟାନ, ରାଧିକା, ସୁରଭି ପ୍ରମ୍ମୁଖ ଅଂଶଗ୍ରହଣ କରିଥିବାବେଳେ, କନକପୁର ଦେଉଳି ୱାର୍ଡସଭ୍ୟ ରୁଦ୍ରପ୍ରସାଦ ରାଉଳ ଙ୍କ ତତ୍ତ୍ୱାବଧାନ ରେ ଗ୍ରାମ୍ୟଶ୍ମଶାନ ରେ ଅନ୍ତେଷ୍ଟକ୍ରିୟା ସମୟରେ ବଡପୁଅ ଭବାନୀ ଶଙ୍କର ରାଉଳ ମୁଖାଗ୍ନି ଦେଇଥିଲେ l
ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
