November 23, 2024
Share

*ଖବର ଆଜିର*

ତାରିଖ ୦୧/୦୬/୨୦୨୩ ଗୁରୁବାର ।

 

ବିବାଦ ଓ ବିଭ୍ରାଟ ଭିତରେ ଆସିଲା ଯୁକ୍ତ ଦୁଇ ଫଳ,୨ ଘଣ୍ଟା ପରେ ବି ୱେବସାଇଟରେ ମିଳିଲାନି ରେଜଲ୍ଟ ।

 

ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ ।

 

ମହାମୁକାବିଲା ପୂର୍ବରୁ ବିଜେପିର ମହା ଜନସମ୍ପର୍କ ଅଭିଯାନ। ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ, ଅମିତ ଶାହା, ରାଜନାଥ ସିଂ ।

 

ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ଭେଟିବେ ୫ ଲକ୍ଷ କାର୍ଯ୍ୟକର୍ତା : ମନମୋହନ ସାମଲ ।

 

ଭୁବନେଶ୍ବରରେ ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।

 

ପୃଥିବୀରେ ୧୦ ହଜାର ମିଟର ଗଭୀର ଖନନ କରୁଛି ଚୀନ, ଋଷିଆ ପରେ ଦ୍ୱିତୀୟ ସୁପରଡିପ ବୋରହୋଲ ।

 

୧୦ବର୍ଷରୁ କମ ସମୟରେ ଭାରତର ଛବି ବଦଳାଇଛନ୍ତି ମୋଦୀ ସରକାର, ଆମେରିକୀୟ ସଂସ୍ଥା ମୋରଗାନ ଷ୍ଟାନଲି କହିଲା ୨୦୧୩ ପରି ନାହିଁ ଆଉ ଭାରତର ସ୍ଥିତି।

 

ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହେଲା ଭାରତ, ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୨% ।

 

ଦିଲ୍ଲୀ ସାକ୍ଷୀ ହତ୍ୟାକାଣ୍ଡର ଚର୍ଚ୍ଚା ଥମିନଥିବାବେଳେ ସୁରତରୁ ଆସିଥିଲା ଆଉ ଏକ ଛାତିଥରା ଘଟଣା, ଝିଅକୁ ଭୁଜାଲିରେ ୨୫ଥର ଚୋଟ ମାରି ହତ୍ୟା କଲା ନୃଶଂସ ବାପା ।

 

ଆମେ ଖେଳାଳିଙ୍କ ସହ ରହିଛୁ, ହେଲେ ନିୟମ ଅନୁଯାୟୀ ଯାଞ୍ଚ ହେବ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।

 

ବଦଳିଲା ‘ଅହମ୍ମଦନଗର’ର ନାମ: ଅହିଲ୍ୟା ବାଇ ହୋଲକର ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ ସିନ୍ଦେ ।

 

ଦେଶର ସର୍ବବୃହତ ଖାଦ୍ୟ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ: ସମବାୟ କ୍ଷେତ୍ରରେ ବଡ ନିଷ୍ପତ୍ତି ।

 

ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି, ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ ଟଙ୍କା ।

 

ବାହାରିଲା ଯୁକ୍ତ ୨ ପରୀକ୍ଷା ଫଳ, ବିଜ୍ଞାନରେ ୮୪.୯୩ ଓ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର ।

 

ପୁଣି ଆଦାନିଙ୍କ ଅଡ଼ୁଆ ବଢ଼ିଲା, ୩ କାରବାର ଉପରେ ପ୍ରଶ୍ନ ଉଠାଇଲା ଡେଲଏଟ୍‌ ।

 

ପୂର୍ବତନ ଅତିରିକ୍ତ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ) ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)।

 

ଆଗକୁ ନିର୍ବାଚନ: ୧୦୦ ୟୁନିଟ୍ ବିଜୁଳି ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

 

ଘଣ୍ଟୁଆ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା; ଘୋଷ ଯାତ୍ରାରେ ନିୟୋଜିତ ହେବେ ୭୫ ଜଣ ଘଣ୍ଟୁଆ ।

 

ଅନ୍‌ଲାଇନରେ କାମ ଦେବା ନାଁରେ ଲୁଟିଥିଲେ, ୪ ଅଭିଯୁକ୍ତଙ୍କୁ ଧରିଲା କମିଶନରେଟ ପୋଲିସ୍‌ ।

 

CIBIL ସ୍କୋର କମ୍ ଥିଲେ ଏଜୁକେସନ ଲୋନ୍ ପାଇଁ ମନା କରିପାରିବେନି ବ୍ୟାଙ୍କ, SBI କୁ ତାଗିଦ କଲେ ହାଇକୋର୍ଟ ।

 

ଜୁନ୍ ୧୦ରୁ ସବୁ ଜିଲ୍ଲାରେ ଚାଷୀଙ୍କୁ ସାଙ୍ଗରେ ଧରି ବିକ୍ଷୋଭ କରିବ କଂଗ୍ରେସ ।

 

ସୁପ୍ରଭାତ ,ଶୁଭ ସକାଳ ।