June 12, 2026

ବାଇକ ଓ ମୋବାଇଲ ବନ୍ଧକ ରଖି ବେଆଇନ ରୁଣ କାରବାର ଅଭିଯୋଗରେ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କା ସହ ୧୩୭ ଗୋଟି ବାଇକ୍ ଓ ୧୨୭ ଗୋଟି ମୋବାଇଲ୍ ଜବତ..

IMG-20260611-WA0058
Share

ମୋହନା (ଗଣେଶ ବିଷୋୟୀ) ବାଇକ ଓ ମୋବାଇଲ ବନ୍ଧକ ରଖି ବେଆଇନ ରୁଣ କାରବାର ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଠାରୁ ଲକ୍ଷାଧିକ ନଗଦ ଟଙ୍କା ସହ ୧୩୭ ଟି ବାଇକ ଓ ୧୨୭ ଗୋଟି ମୋବାଇଲ ଜବତ କରିଛି।ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅଡବା ଗ୍ରାମର କେ.ରବି ରେଡ୍ଡୀ ବୋଲି ଜଣାପଡିଛି।ସୂଚନା ପ୍ରକାରେ ଦୀର୍ଘ ଦିନରୁ ରବି ସେହି ଅଞ୍ଚଳରେ ବେଆଇନ ଋଣ କାରବାର କରି ଆସୁଥିଲା l ନିରୀହ ଲୋକଙ୍କ ଠାରୁ ବାଇକ ଓ ମୋବାଇଲ ବନ୍ଧକ ରଖି ଋଣ ଦେଇ ଟଙ୍କା ଆଦାୟ କରୁଥିଲା l ପୋଲିସ ଚଢାଉ କରି ୧୩୭ ଟି ବାଇକ୍, ୧୨୭ ଗୋଟି ମୋବାଇଲ ଓ ନଗଦ ୩ ଲକ୍ଷ ୬୧ ହଜାର ଦୁଇ ଶହ ଟଙ୍କା ସହ ଗାଡ଼ିର କାଗଜ ପତ୍ର ଜବତ କରିଛି l