June 12, 2026

ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ବିୟଗ ରେ ପରିବାରବର୍ଗ କୁ ସମବେଦନା ଜଣାଇଲେ ବିଧାୟକ..

IMG-20260610-WA0018
Share

        ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ବିୟଗ ରେ ପରିବାରବର୍ଗ କୁ ସମବେଦନା ଜଣାଇଲେ ବିଧାୟକ ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ରଇତ ଙ୍କ ବିୟୋଗ ରେ ଆଜି ବିଧାୟକ ରୁପେଷ ପାଣିଗ୍ରାହୀ ତାଙ୍କ ବାସଭବନ ଯାଇ ତାଙ୍କ ସପରିବାର ଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦଗତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଷ୍ଟିଫେନ ଜଣେ ଭଲ କଣ୍ଠଶିଳ୍ପୀ ସହ ପରଉପକାରୀ ହିସାବ ରେ ଜଣାଶୁଣା, ସେ ଶୌରା ଗୀତ ସହ ଆସାମୀ, ଓଡ଼ିଆ, ହିନ୍ଦୀ ତେଲୁଗୁ ରେ ଗୀତଗାଇ ସାରା ଓଡ଼ିଶା ସହ ଓଡ଼ିଶା ବାହାରେ ମଧ୍ୟ ମୁନାମ ଅର୍ଜନ କରିଛନ୍ତି, ଷ୍ଟିଫେନ ଓ ବିରାଜି ଯଦି କଣ୍ଠଶିଳ୍ପୀ ହିସାବ ରେ ବହୁ ଜଣାଶୁଣା, ବିରାଜୀ ହେଉଛନ୍ତି ତାଙ୍କ ଧର୍ମପତ୍ନୀ, ତାଙ୍କ ଯୋଡ଼ି ଭାଙ୍ଗିଯାଇଥିବା ରୁ ବିରାଜି ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି, ଅଜି ବିଧାୟକ ଷ୍ଟିଫେନ ଙ୍କ ଧର୍ମପତ୍ନୀ ଓ ତାଙ୍କ ପୁଅଝିଅ ଙ୍କୁ ମିଶି ସେମାନଙ୍କ ସମସ୍ତ ଅସୁବିଧାରେ ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି, ଏହି ସମବେଦନା ଜଣାଇବା କାର୍ଯ୍ୟକ୍ରମ ରେ ବିଧାୟକ ସମେତ ସମିତି ସଭ୍ୟ ବୁଲୁ ରଇତ, ବିଜେଡି ନେତା ଜେମସ ରାଇକା, ମସୁରୁନ ରଇତ ,ସାମ୍ବାଦିକ କୃଷ୍ଣ କୁମାର ବେହେରା, ପ୍ରବୀଣ ଲିମା ପ୍ରମୁଖ ଉପସ୍ଥିତ ଥିଲେ