ଆଶିଷ ଉଦଗାତାଙ୍କ ଦେହାନ୍ତ
ସମ୍ବଲପୁର,୨୩/୯: ସମ୍ବଲପୁର ଗୋପାଳମାଲ ବାସିନ୍ଦା ରାଉରକେଲା ଇସ୍ପାତ ବିଦ୍ୟାମନ୍ଦିରର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରଫେସର ଗୋବିନ୍ଦଚନ୍ଦ୍ର ଉଦଗାତାଙ୍କ ପୁଅ ଆଶିଷ ଉଦଗାତାଙ୍କ ମଙ୍ଗଳବାର ବାଙ୍ଗାଲୁରୁଠାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଅନ୍ତିମ ସମୟରେ ପତ୍ନୀ ଆରତୀ, ଝିଅ ଅନ୍ବେଷା, ପୁଅ ଅରିଜିତ, ବଡଭଉଣୀ ମୀରା, ଜ୍ୟୋତି, ଜ୍ୟୋତ୍ସ୍ନା, ଇନ୍ଦିରା, ରେଖା ଏବଂ ସାନଭଉଣୀ ମଧୁମିତା ଉପସ୍ଥିତ ଥିଲେ। ବୁଧବାର ଅପରାହ୍ନରେ ବହୁସଂଖ୍ୟାରେ ଆତ୍ମୀୟ ସ୍ୱଜନ, ଜିଲା ସ୍କୁଲ ୭୯ ମେଟ୍ରିକ୍ ବ୍ୟାଚ ସହପାଠୀଙ୍କ ଉପସ୍ଥିତିରେ ସମ୍ବଲପୁର ରାଜଘାଟ ଠାରେ ଶେଷକୃତ୍ୟ କରାଯାଇଥିଲା। ପୁଅ ଅରିଜିତ ମୁଖାଗ୍ନି ଦେଇଥିଲେ। ଗୋପାଳମାଲସ୍ଥିତ ବାସଭବନକୁ ମରଶରୀର ଅଣାଯିବା ପରେ ସବା ବଡଭଉଣୀ ଡ. ରେଣୁ ମିଶ୍ର ଓ ବଡ଼ ଜ୍ବାଇଁ ଡ.ବିଭୂତି ମିଶ୍ର ଓ ଅନ୍ୟ ଆତ୍ମୀୟ ଓ ବନ୍ଧୁବର୍ଗ ଅନ୍ତିମ ଦର୍ଶନ କରିବା ସମୟରେ ପରିବେଶ ଭାବବିହ୍ବଳ ହୋଇଥିଲା।
