ବିଶ୍ୱ ପରିବେଶ ସପ୍ତାହରେ ଚାଲିଗଲେ ପ୍ରକୃତି ବନ୍ଧୁ ରତ୍ନାକର
ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବଡବେଣାକୁଦି ଗ୍ରାମପଞ୍ଚାୟତ ର ରତ୍ନାକର ବେହେରା ଚିଲିକାକୁ ମତ୍ସ୍ୟଜୀବୀ ମାନେ ମାଛ ମାରିବାକୁ ଗଲେ ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଟାପୁ ମାନଙ୍କରେ ଆଶ୍ରୟ ନେଇଥାନ୍ତି l କିନ୍ତୁ ସେହି ଟାପୁ ଗୁଡିକରେ କୌଣସି ଗଛ ନଥିବାରୁ ପ୍ରବଳ ଖରାରେ ହନ୍ତସନ୍ତ ହୁଅନ୍ତି ମତ୍ସ୍ୟଜୀବୀ l ଏହାକୁ ନଜରରେ ରଖି ବୋରକୁଦି ଗ୍ରାମର ରତ୍ନାକର ବେହେରା ବିଭିନ୍ନ ଟାପୁରେ ବରଗଛ ଏବଂ ଓସ୍ତଗଛ ଲଗାଇବା ସହିତ ନିଜ ପଞ୍ଚାୟତ ର ରାସ୍ତାରେ ହଜାର ହଜାର ବୃକ୍ଷ ଲଗାଇ ୨୦୨୨ ରେ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି l ଚଳିତ ବର୍ଷ ବିଶ୍ୱ ପରିବେଶ ସପ୍ତାହରେ ୮୨ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି l ରତ୍ନାକରଙ୍କ ସ୍ମୃତି ଉଦେଶ୍ୟରେ ଗ୍ରାମବାସୀ ଆସନ୍ତା ଜୁନ ୧୨ ତାରିଖରେ ରତ୍ନାକରଙ୍କ ଏକାଦଶାହ ରେ ପୁରୀଜିଲ୍ଲା ର ବିଶିଷ୍ଟ ପରିବେଶବିତ ମାନଙ୍କୁ ଡକାଇ ଏକହଜାର ବୃକ୍ଷରୋପଣ କରିବାର ଶପଥ ନେଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
