June 9, 2026

ବିଜେଡି ନେତା ଙ୍କ ସାମ୍ବାଦିକ ସମ୍ମିଳନୀ..

IMG-20260609-WA0021
Share

 

1, ମାଟି ଚୋରି ଲୁଚାଇବା ପାଇଁ ମନ୍ତ୍ରୀ କରୁଛନ୍ତି ଚକ୍ରାନ୍ତ। 2, ମାଟି ମାଫିଆ ଙ୍କ ନାମରେ ମାମଲା ଥିବା ବେଳେ, ସେମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳୁଛି, 3, କୋଟି କୋଟି ଟଙ୍କାର ମାଟି, ବାଲି ତେଲ ବିକିବାକୁ ଅନୁମତି ଦେଇଛି ମାଟିର ପୁଅ, 4, ଗତ କାଲି ଏକ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ବିଜେଡି ନେତା ବାପିସରଖେଲ

 

ଗତ ଦୁଇ ବର୍ଷ ମଧ୍ୟରେ ବନ୍ଦର ନଗରୀ ପାରାଦ୍ଵୀପ ରେ ବଢ଼ିଛି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏହାର ପ୍ରଚ୍ଛଦପଟ ରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଙ୍କ ହାତ ରହିଛି। ମହାନଦୀ ରୁ ବାଲି ଚୋରି, ତେଲ ଚୋରି ସହିତ ସ୍ଥାନୀୟ ବିଧାୟକ ତଥା ମାଟିର ପୁଅ ମାଟି ଚୋରି କରି ଏବେ ଚର୍ଚ୍ଚାରେ ରହିଛନ୍ତି। ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ଘର ଉପରେ ବୋମା ମାଡ ଘଟଣା ନିଶ୍ଚିତ ନିନ୍ଦନୀୟ। କିନ୍ତୁ ଏହି ଘଟଣାକୁ ନେଇ କଂଗ୍ରେସ, ବିଜେପି, କମ୍ୟୁନିଷ୍ଟ ଓ ବିଜେଡି ଏକାଠି ଗୋଟିଏ ଦିନରେ ଗୋଟିଏ ସମୟରେ ମୋ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ନିକଟରେ ଦାବିପତ୍ର ଦେବା ନିଶ୍ଚିତ ଆଶ୍ଚର୍ଯ୍ୟର କଥା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ବାପି ସର୍ଖେଲ ପ୍ରକାଶ କରିଛନ୍ତି। ଏହି ଘଟଣାରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି ଏବଂ ଜିଲ୍ଲା ପ୍ରଶାସନ ଏହାର ସଠିକ ତଦନ୍ତ କରିବା ଆବଶ୍ୟକ। ଯେଉଁମାନେ ଶିଳ୍ପ ମନ୍ତ୍ରୀ ଙ୍କ ସହିତ ଷ୍ଟେଜ୍ ରେ ବସୁଛନ୍ତି, ସେମାନେ ମାଟି ଚୋରି, ବାଲି ଚୋରି ଓ ତେଲ ଚୋରି ରେ ସମ୍ପୃକ୍ତ ଏବଂ ସେମାନଙ୍କ ନାମରେ କେସ ମଧ୍ୟ ରହିଛି। ଏପରିକି ସେମାନେ ଅଭ୍ୟାସ ଗତ ଅପରାଧୀ ବୋଲି ପୋଲିସ ଘୋଷଣା କରିସାରିଛି। କୁଜଙ୍ଗ ଅଞ୍ଚଳରେ ଥିବା ଇଡକୋ ଜମିରୁ ପାଖାପାଖି ଦୁଇ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ଯେଉଁ ମାଟି ଚୋରି ହୋଇଛି, ତାହା ମନ୍ତ୍ରୀ ଙ୍କ ସମ୍ପର୍କୀୟ ଙ୍କ ଠିକା କାମରେ ଲାଗୁଥିଲା। ଏହି ଘଟଣାକୁ ଲୁଚାଇବା ପାଇଁ ମନ୍ତ୍ରୀ ଙ୍କ ଇଙ୍ଗିତରେ ସବୁ ଦଳକୁ ନେଇ ମୋ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କୁ ଦାବିପତ୍ର ଦେଇ ସାଧାରଣ ଲୋକଙ୍କୁ ଭ୍ରମିତ କରିବା ପାଇଁ ପ୍ରୟାସ କରାଯାଉଥିବା ସିଏ ପ୍ରକାଶ କରିବା ସହିତ ଜିଲ୍ଲା ପ୍ରଶାସନ କୁ ତଦନ୍ତ ରେ ସହଯୋଗ କରାଯିବ ଏବଂ ବିଜେପିର ପ୍ରରୋଚନାରେ ଯାଇଥିବା ବିଜେଡି ନେତା ଙ୍କ ବିରୋଧରେ ଦଳୀୟ ନେତୃତ୍ବଙ୍କୁ ଅବଗତ କରିଛି ବୋଲି ଶ୍ରୀଯୁକ୍ତ ସାର୍ଖେଲ ପ୍ରକାଶ କରିଛନ୍ତି।

ବାଇଟ-୧- ବାପି ସାର୍ଖେଲ (ବିଜେଡି ନେତା, ପାରାଦ୍ଵୀପ)। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )