ଦଇତାପତି ନିଯୋଗ, ପୁରୀ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ..
ଆଜି ପୁରୀ ବଡଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ପୁରୀ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମାହାପାତ୍ର ( ଟିକିପୁଅ ) ଙ୍କ ଅଧକ୍ଷତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରରେ ମହାପ୍ରଭୁଙ୍କ ସମସ୍ତ ଦଇତାପତି ପରିବାର ଠାରୁ ଆରମ୍ଭକରି ମହାପ୍ରଭୁଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଥିବା ସମସ୍ତ ସେବାୟତ ପରିବାର ସଦସ୍ୟ, ପୋଲିସ ବାହିନୀ ଏବଂ ଅଗ୍ନି୍ଯୋଧ୍ୟାଙ୍କ ସହିତ ସାଧାରଣ ଜନତା ଏହି ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାନ କରିଛନ୍ତି l ଆଗକୁ ରଥଯାତ୍ରା ଆସୁଥିବାରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିବେ l ତେଣୁ ସେତେବେଳେ ରକ୍ତର ସମସ୍ୟା ଦେଖିବାକୁ ମିଳିବ ତେଣୁ ଦଇତାପତି ନିଯୋଗରୁ ଏହା ଏକ ଛୋଟ ପ୍ରୟାସ ଏବଂ ଆଜି ୧୦୦ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
