କେବଳ ଛାତ୍ରଛାତ୍ରୀ କି ଅଭିଭାବକ ନୁହେଁ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନିତ କରି ନିଜର ମହତପଣିଆ ଦେଖାଇଲା ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ
ହଁ ଆଜ୍ଞା ଆମ ଚାନେଲ ପକ୍ଷରୁ ପୁଣି ଏକ ସମ୍ମାନର କଥା କହିବାକୁ ଚାହୁଁଛୁ l ଯେଉଁଟା କି ସାରା ରାଜ୍ୟ କଥା ଛାଡ଼ନ୍ତୁ ସାରା ଭାରତ ବର୍ଷରେ ବି କୌଣସି ଶିକ୍ଷାନୁଷ୍ଠାନ ରେ ଯାହା ନଦେଖିବାକୁ ମିଳିଛି ଆଜି କରି ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଛିଖୋର୍ଦ୍ଧା ଜିଲ୍ଲା ପିତାପଲି ଅଞ୍ଚଳର ଗାନ୍ଧୀ ବିଜ୍ଞାନ କଲେଜ l ପ୍ରତିବର୍ଷ ଭଳି ଚଳିତବର୍ଷ +୨ବିଜ୍ଞାନ ହେଉ କି କଳା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜନିଜର ଶିକ୍ଷାନୁଷ୍ଠାନ ମାନଙ୍କରୁ ସମ୍ବୋର୍ଦ୍ଧିତ କରାଯାଇଛି କିନ୍ତୁ ଆଉପାଦେ ଆଗେଇ ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି ଗାନ୍ଧୀ ବିଜ୍ଞାନ କଲେଜ l ଏବେବି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ କଣକରିଛି ଗାନ୍ଧୀ ବିଜ୍ଞାନ କଲେଜ? ଆସନ୍ତୁ ଆପଣମାନଙ୍କ ସନ୍ଦେହ ଦୁରକରିବାପାଇଁ ଆମେ ଜଣେଇ ଦେବାକୁ ଚାହୁଁ ଯେ ଚଳିତବର୍ଷ +୨ ପରୀକ୍ଷା ରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜନିଜର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ବୋର୍ଦ୍ଧିତ କରିଥିଲେ l ସେହିଭଳି ଗାନ୍ଧୀ ବିଜ୍ଞାନ କଲେଜ ନିଜ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଏବଂ ପରିବାର ସଦସ୍ୟମାନଙ୍କୁ ସମ୍ବୋର୍ଦ୍ଧିତ କରିବା ସହିତ ଆଉପାଦେ ଆଗକୁ ଯାଇ ଗଛଟିରେ ପାଣିଦେଇ ଯିଏ ଗଛଟିକୁ ବଢ଼ାଇଥାଏ, ଯାହାଙ୍କ ସ୍ପର୍ଶରେ କାଠ ଚନ୍ଦନ ହୋଇଥାଏ, ଅସଜଡ଼ା ପଥର ଟିଏ ମୂର୍ତ୍ତି ହୋଇ ପୂଜା ପାଇଥାଏ,ଆଉ ଯାହାଙ୍କ ଆଶୀର୍ବାଦରେ ଡାକ୍ତର, ଇଞ୍ଜିନିଅର ସୃଷ୍ଟି ହୋଇଥାଆନ୍ତି ଆଜି ସେହି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପଗଡି ପିନ୍ଧାଇ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରି ” ଗୁରୁରତ୍ନ ” ସମ୍ମାନରେ ସମ୍ମାନିତ କରିବା ସହିତ ଭୁବନେଶ୍ୱର ମେଫେୟାର ଲାଗୁନ ରେ ପ୍ରୀତିଭୋଜନ ଦେଇଥିଲା ଗାନ୍ଧୀ ବିଜ୍ଞାନ କଲେଜ l ଗୁରୁରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଗଣମାଧ୍ୟମ କୁ ସୂଚନା ଦେଇ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷ ଏବଂ ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇବା ସହିତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହିଭଳି ସମ୍ମାନିତ କରିଲେ ଗୁରୁଶିଷ୍ୟ ପରମ୍ପରା ସୁଦୃଢ ରୁହନ୍ତା ବୋଲି ଜଣାଇଥିଲେ l
ଖୋର୍ଦ୍ଧା ରୁ ରମେଶ ସାହୁଙ୍କ ରିପୋର୍ଟ
