June 8, 2026

ରୋଟାରୀ କ୍ଳବ, ପୁରୀ ପକ୍ଷରୁ ଉତ୍ଥାନ ର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

IMG-20260603-WA0011
Share

ଗତକାଲି ସନ୍ଧ୍ୟାରେ ପୁରୀ ଭିଆଇପି ରୋଡ଼ ସ୍ଥିତ ରୋଟାରୀ କ୍ଳବ, ପୁରୀ ପକ୍ଷରୁ ଉତ୍ଥାନ ର ଶିଳାନ୍ୟାସ ଉତ୍ସବ ମହାଡ଼ମ୍ବରେ ପାଳନ କରାଯାଇଛି l ଏହି ଉତ୍ସବକୁ ଅନୁଷ୍ଠାନ ର ସଭାପତି ରତିକାନ୍ତ ନାୟକଙ୍କ ସଭାପତିତ୍ୱ ରେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ସମସ୍ତ ରୋଟାରୀଆନ ଙ୍କ ସହିତ ସହରର ବିଶିଷ୍ଟ ସ୍ବେଛାସେବୀ ସଂଗଠନ ର ସଭାପତି ସମ୍ପାଦକ ମାନଙ୍କ ଗହଣରେ ରାଜ୍ୟସଭା ସାଂସଦ ରୋଟାରୀଆନ ସୁଭାଶିଷ ଖୁଣ୍ଟିଆ ନଡ଼ିଆ ବାଡେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ଥାନ ଫଳକର ଶିଳାନ୍ୟାସ କରିଥିଲେ l ଉତ୍ଥାନ ର ମୂଳଲକ୍ଷ ହେଉଛି ଅଭାବରେ ଚଳୁଥିବା ଯୁବତୀ ଏବଂ ମହିଳାମାନଙ୍କୁ ମାଗଣା ରେ କମ୍ପ୍ୟୁଟର ଶିକ୍ଷା, ସିଲେଇ ଶିକ୍ଷା ଏବଂ ହସ୍ତଶିଳ୍ପ ଶିକ୍ଷା ପ୍ରଦାନ କରିବାପାଇଁ ରୋଟାରୀ କ୍ଳବ ର ଏକ ସ୍ୱତନ୍ତ୍ର ପ୍ରୟାସ ବୋଲି କହିଥିଲେ ପୂର୍ବତନ ସଭାପତି ବିଜୟ କୁମାର ପତି l ସେହିଭଳି ମୋର ଘରେ ମୋ ବାପା ମା ଙ୍କ ପ୍ରତି ଯେତିକି ଦାୟିତ୍ୱ ରହିଛି ସେତିକି ଦାୟିତ୍ୱ ରୋଟାରୀ କ୍ଳବ ପରିବାର ପ୍ରତି ରହିଛି ବୋଲି ନିଜର ଅଭିଭାଷଣ ରେ କହିଥିଲେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ରୋଟାରୀ କ୍ଳବ, ପୁରୀର ସମସ୍ତ ସଦସ୍ୟ ସଦସ୍ୟା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed