ତଳଜଙ୍ଘ ଗ୍ରାମରେ ଅବସରପ୍ରାପ୍ତ BSF ଯବାନଙ୍କୁ ଆକ୍ରମଣ, ଗ୍ରାମରେ ଉତ୍ତେଜନା ଲାଗିରହିଛି
ଗତକାଲି ସନ୍ଧ୍ୟାରେ ତଳଜଙ୍ଘ ନଈକୂଳ ସାହିର ଅବସରପ୍ରାପ୍ତ BSF ଯବାନ ଶିବ ଜେନା କଟକରୁ ଆସି ଗାଁ ଦାଣ୍ଡରେ କିଛି ଆଲୋଚନା କରୁଥିବା ସମୟରେ ଢିଅସାହିର ୭ରୁ ୮ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ l ସେଠାରେ ଉପସ୍ଥିତ ଥିବା ଗାଁଲୋକମାନେ ଆକ୍ରମଣରୁ ଶିବଙ୍କୁ ରକ୍ଷା କରିଥିଲେ l ପରେପରେ ଶିବ ଚନ୍ଦନପୁର ଥାନା ଏବଂ ପୁରୀସଦର SDPO ଙ୍କୁ ସାକ୍ଷାତକରି ଆକ୍ରମଣକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିବେଦନ କରିବା ସହିତ ଲିଖିତ ଆକାରରେ FIR ଦେଇଛନ୍ତି l ଆଗକୁ ଦୋଷୀଙ୍କୁ ଉଚ୍ଚିତ ଦଣ୍ଡ ନମିଳିଲେ ନଈକୂଳ ସାହି ଗ୍ରାମବାସୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେବୋଲି ଧମକ ଦେବା ସହିତ ତଳଜଙ୍ଘ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
