ଭତ୍ତା ଟଙ୍କା ହେରଫେର ଅଭିଯୋଗ, ପିଇଓ ଗିରଫ
ଭତ୍ତା ଟଙ୍କା ହେରଫେର ଅଭିଯୋଗରେ ବନ୍ଧାହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବା ପିଇଓ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକରେ ସରକାରୀ ଉନ୍ନୟନ ଅର୍ଥ ଓ ଭତ୍ତା ଟଙ୍କା ହଡ଼ପ ଭଳି ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦାରୁଭଦ୍ରା ପଞ୍ଚାୟତରେ ଭତ୍ତା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ପାଣ୍ଠିରୁ ପ୍ରାୟ ୧୨ ଲକ୍ଷ ୩୦ ହଜାର ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆସିଛି ।
ଭତ୍ତା ଟଙ୍କା ହେରଫେର ଅଭିଯୋଗରେ ବନ୍ଧାହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବା ପିଇଓ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକରେ ସରକାରୀ ଉନ୍ନୟନ ଅର୍ଥ ଓ ଭତ୍ତା ଟଙ୍କା ହଡ଼ପ ଭଳି ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦାରୁଭଦ୍ରା ପଞ୍ଚାୟତରେ ଭତ୍ତା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ପାଣ୍ଠିରୁ ପ୍ରାୟ ୧୨ ଲକ୍ଷ ୩୦ ହଜାର ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗରେ ଦାରୁଭଦ୍ରା ପଞ୍ଚାୟତର ପିଇଓ ତ୍ରିଲୋଚନ ନାୟକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ପିଇଓଙ୍କୁ ଚାକିରିରୁ ନିଲମ୍ବନ ପାଇଁ ଆଦେଶ କରିଛି ଜିଲ୍ଲା ପ୍ରଶାସନ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
