June 8, 2026

ଥାନା ଭିତରେ ପୋଲିସ୍ ଦିବ୍ୟାଙ୍ଗଙ୍କୁ ଅକଥନୀୟ ନିର୍ଯ୍ୟାତନା କାରଣରୁ ମୃତ୍ୟୁକୁ ନେଇ, ଜାତୀୟ ମାନବିକ ଅଧିକାର କମିଶନ, ନୂଆଦିଲ୍ଲୀଙ୍କ ନିକଟରେ ମାମଲା ରୁଜୁ କରିଲା ଉତ୍କଳୀୟମ୍ ଫାଉଣ୍ଡେସନ

IMG-20260603-WA0001
Share

 

ଭୁବନେଶ୍ୱର/ବ୍ରହ୍ମପୁର /କବିସୂର୍ଯ୍ୟନଗର (ଉପାନ୍ତ ଖବର ମାନସ ରଞ୍ଜନ କର)(ତା.୦୨.୦୬.୨୦୨୬).,

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପରିସରରେ ଜଣେ ଦିବ୍ୟାଙ୍ଗ ଯୁବକ ତଥା ଦିନ ମଜୁରିଆ ସୁଶାନ୍ତ କୁମାର ସାହୁଙ୍କୁ ଏକ ମାମଲାରେ ଥାନାକୁ ଡାକିଥିଲେ ଓ ସେ ମଧ୍ୟ୍ୟ ଥାନାକୁ ଯାଇଥିଲେ, ଉକ୍ତ ଥାନାରେ କାର୍ଯ୍ୟରତ ଅଧିକାରୀ ଓ ଅନ୍ୟାନ୍ୟ ଷ୍ଟାଫ ଥାନା ପରିସରରେ ନିଶାଶକ୍ତ ଅବସ୍ଥାରେ ରହିଥିବା ବେଳେ ବଚସା କରିବା ସହ ଅସଭ୍ୟ ଭଷାରେ ଗାଳି କରିଥିଲେ ଓ ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଥାନା ପରିସରରେ ମାଡମାରି ଲହୁଲୁହାଣ କରି ପକାଇଥିଲେ ତାଙ୍କ ଉପରେ ଲଙ୍କାଗୁଣ୍ଡା ଓ ଗରମପାଣୀ ଢାଳି ଅକଥନୀୟ ନିର୍ଯ୍ୟାତନା ଦେଇ, ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଉକ୍ତ ଦିବ୍ୟାଙ୍ଗ ସୁଶାନ୍ତ କୁମାର ସାହୁଙ୍କର ଚିକିତ୍ସା ନକରି ଜୋରଜବରଦସ୍ତି ଅଣ୍ଡରଟେକିଂ ଲେଖାଇ ତାଙ୍କର ପରିବାରକୁ ହସ୍ତାନ୍ତର କରିଥିଲେ ଓ ପରବର୍ତ୍ତୀ ସମୟରେ ତୁରନ୍ତ ତାଙ୍କ ଘରଲୋକ ହସ୍ପିଟାଲରେ ଉକ୍ତ ସୁଶାନ୍ତ କୁମାର ସାହୁଙ୍କୁ ଭର୍ତ୍ତି କରିଥିଲେ ମଧ୍ୟର ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏହାର ପ୍ରତିବାଦରେ ଓ ଜଣେ ଅସହାୟ ଦିବ୍ୟାଙ୍ଗ ସୁଶାନ୍ତ କୁମାର ସାହୁଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଆଜି ଉତ୍କଳୀୟମ ଫାଉଣ୍ଡେସନ ତରଫରୁ ‘ଜାତୀୟ ମାନବିକ ଅଧିକାର କମିଶନ,ନୂଆଦିଲ୍ଲୀ’ଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି l (ଯାହାର ଡାଏରୀ କେଶ୍ ନଂ – 12536/IN/2026) ଅଟେ l ତତସହିତ ନିଜେ ଉତ୍କଳୀୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯୁବ ଆଇନଜୀବି ରାଜୀବ ଲୋଚନ ପ୍ରଧାନ ହିଁ ଉକ୍ତ ଘଟଣାର ‘ଜାତୀୟ ମାନବିକ ଅଧିକାର କମିଶନ’ଙ୍କ କୋର୍ଟରେ ଅଭିଯୋଗକାରୀ ଅଟନ୍ତି ଓ ସେ କହିଛନ୍ତି “ଉତ୍କଳୀୟମ୍ ଫାଉଣ୍ଡେସନ ହେଉଛି ସର୍ବଦା ଅବହେଳିତଙ୍କ ସ୍ୱର ହୋଇ କାର୍ଯ୍ୟ କରୁଅଛି” l ତେଣୁ ଉକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କଡା ଆଇନତଃ କାର୍ଯ୍ୟାନୁଷ୍ଠାନ ହେବା ସହ ମୃତ ଦିବ୍ୟାଙ୍ଗଙ୍କ ପରିବାରଙ୍କୁ ପଚାଶ ଲକ୍ଷଟଙ୍କାର କ୍ଷତିପୂରଣ ଦେବା ପାଇଁ ଉତ୍କଳୀୟମ୍ ଫାଉଣ୍ଡେସନ ତରଫରୁ ମାନ୍ୟବର ନ୍ୟାୟାଳୟରେ ପାର୍ଥନା ହୋଇଅଛି ତତସହିତ ପ୍ରତ୍ୟେକ ଥାନାରେ ପୋଲିସ ଅଧିକାରୀଙ୍କ ଉତ୍ତମ ବ୍ୟବହାର ସହ ଥାନା ପରିସର ମେନ ଗେଟକୁ ଲକ୍ ନକରି ୨୪ଘଣ୍ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ବି ଦାବୀ କରାଯାଇଅଛି l

You may have missed