ନିଶା ଇଞ୍ଜେକ୍ସନ କାରବାର ରେ ୫ ଗିରଫ୍ କଲା ଜୟପୁର ପୋଲିସ୍..
ଜୟପୁର ଟାଉନ ଥାନା ପୁଲିସକୁ ମିଳିଥିବା ଏକ ଗୁପ୍ତ ସୂଚନା ଆଧାରରେ ଜୟପୁର ସହରରେ ବେଆଇନ ଭାବେ ନିଶାଦ୍ରବ୍ୟ ବିକ୍ରୟ କରାଯାଉଥିବା ବେଳେ ଚଢ଼ାଉ କରାଯାଇ ୭୫୦ଟି ପେଣ୍ଟାଜୋସିନ୍ ଇଞ୍ଜେକ୍ସନ, ୫ଟି ମୋବାଇଲ ଫୋନ, ନଗଦ ୧୫,୦୦୦ ଟଙ୍କା ଏବଂ ଏକ ଗାଡ଼ି ଜବତ କରାଯାଇଛି।
ଏହି ଘଟଣାରେ NDPS ଆଇନ ଏବଂ ଔଷଧ ଓ ପ୍ରସାଧନ ସାମଗ୍ରୀ ଆଇନ (Drugs and Cosmetics Act) ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଅଦାଲତକୁ ପଠାଯାଇଛି।
ଜୟପୁର ପୁଲିସ ନିଶାଦ୍ରବ୍ୟ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅନୁସରଣ କରୁଛି ଏବଂ “ନଶା ମୁକ୍ତ ଭାରତ” ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛି।(ଗୁପ୍ତେଶ୍ୱର ରଥ କୋରାପୁଟ)
