ଆଜିର ଖବର..
୧-ସରକାରଙ୍କ ଉପରେ ବଢ଼ୁଛି ବିଶ୍ୱାସ, ଚଳିତ ବର୍ଷ କୋରାପୁଟରେ ଅଭିଯୋଗ ଶୁୁଣିବେ ମୁଖ୍ୟମନ୍ତ୍ରୀ।
୨-ଆସନ୍ତା ସପ୍ତାହରେ ବାହାରିବ OJEE ପରୀକ୍ଷା ଫଳ, ପରୀକ୍ଷା ଦେଇଥିଲେ ୧ ଲକ୍ଷରୁ ଅଧିକ ପିଲା।
୩-ଜେଇଇ ଆଡଭାନସଡ୍ ଫଳ ପ୍ରକାଶିତ,ଦେଶରେ ଶୁଭମ୍ ଓ ରାଜ୍ୟରେ ଭବେଶ ଟପ୍ପର। ମୋଟ୍ ୫୬ ହଜାର ୮୮୦ ଜଣ ଉତ୍ତୀର୍ଣ୍ଣ।
୪-ପୁରୀ:ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକ, ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର।
୫-୩ ମାସରେ ପୂରଣ ହେବ ୫ ହଜାର ନର୍ସିଂ ପଦବୀ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି।
୬-ରାଜ୍ୟରେ ସରକାରୀ ସ୍କୁଲ ପିଲାଙ୍କ ‘ବହି’ ସମସ୍ୟା; ପୁରୁଣା ବହିରୁ ଫଟୋ କପି କରି ପଢୁଛନ୍ତି ପିଲାମାନେ।ଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ।
୭-ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା, ଆଜି ଠାରୁ କେବଳ କିଣାହେବ ଇଭି ଯାନ।
୮-କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ; ୩ ପୁଲିସ କର୍ମଚାରୀ ନିଲମ୍ବିତ, ଏଏସ୍ପିଙ୍କର ବଦଳି ହେଲା।
୯-କଟକ ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା।
୧୦-ଜଗତସିଂହପୁରରେ ବ୍ରାଉନସୁଗାର ବେପାରର ବଡ଼ ପର୍ଦ୍ଦାଫାଶ, ୪୧.୫୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ; ମହିଳା କିଙ୍ଗପିନ୍ ସମେତ ୫ ଗିରଫ।
୧୧-ବାରଙ୍ଗ ଓ କଟକ ସଦର ଥାନା ମାମଲାର ଏଚଆରପିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ।
୧୨-ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନ: ୨୭ଟି ଆସନ ପାଇଁ ଜୁନ୍ ୧୮ରେ ମତଦାନ ହେବ ବୋଲି ଘୋଷଣା କଲେ ନିର୍ବାଚନ କମିଶନ।
୧୩-ଲୋକ ଅଦାଲତ ଓ ଡିଏଲ୍ଏସ୍ଏର ନାହିଁ ବିବାହ ବିଚ୍ଛେଦ ରାୟ ପ୍ରଦାନ କ୍ଷମତା:ଆହ୍ଲାବାଦ ହାଇକୋର୍ଟ
୧୪-ଜୁଲାଇ ୩୧ ପୂର୍ବରୁ ଭରନ୍ତୁ ITR-2: ଆସେସମେଣ୍ଟ ବର୍ଷ ୨୦୨୬-୨୭ ପାଇଁ ପ୍ରକ୍ରିୟା ଆରମ୍ଭ, ଏହି ସବୁ ସାଧାରଣ ଭୁଲ୍ ଯୋଗୁଁ ଆସିପାରେ ଟ୍ୟାକ୍ସ ନୋଟିସ୍।
୧୫-ନିଟ୍ ପ୍ରଶ୍ନପତ୍ର ଲିକ୍ : ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ୩ ଅଭିଯୁକ୍ତ।
୧୬-ଭୁଲିଯିବାର ଅଧିକାରକୁ ମିଳିଲା ସାମ୍ବିଧାନିକ ଅଧିକାର, ଏଣିକି ଇଣ୍ଟରନେଟ୍ ରୁ ହଟି ପାରିବ ପୁରୁଣା ସୂଚନା।
୧୭-ପାଟନା:ରାବଡ଼ି ଦେବୀଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍, କ୍ରୋଧିତ ହେଲେ ତେଜ ପ୍ରତାପ ଯାଦବ।
୧୮-ରାଫେଲ ଡିଲକୁ ନେଇ ଆସିଲା ବଡ଼ ଅପଡେଟ୍, ଫ୍ରାନ୍ସରୁ ୧୧୪ ଯୁଦ୍ଧବିମାନ କ୍ରୟ ଲାଗି ପ୍ରକ୍ରିୟା ଆରମ୍ଭ କଲା ଭାରତ।
୧୯-ନା ଫେସବୁକ୍, ନା ଇନଷ୍ଟା… ପିଲା ଚଲାଇପାରିବେ ନାହିଁ ସୋସିଆଲ ମିଡିଆ:ମାଲେସିଆ ସରକାର।
୨୦-ଆମେରିକା ସହ ଆଲୋଚନା ବନ୍ଦ କଲା ଇରାନ, ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ସିଲ୍ କରିବାକୁ ଦେଲା ଚେତାବନୀ।
