ଆଜିର ଖବର
ଆସନ୍ତା ୫ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ କେରଳ ଏବଂ ତାମିଲନାଡ଼ୁର କିଛି ଅଞ୍ଚଳ ଛୁଇଁବ।
ରାଜ୍ୟରେ ଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ଜୁନ୍ ୩୦ ତାରିଖ ସୁଦ୍ଧା ନିଜର ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଦାଖଲ କରିପାରିବେ।
ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ୧୫ଟି ବିବାଦୀୟ ପ୍ରସଙ୍ଗ ମଧ୍ୟରୁ ୧୨ଟି ପ୍ରସଙ୍ଗରେ ସହମତି ପ୍ରକାଶ, ଜୁନ୍ ୬ରେ ପରବର୍ତ୍ତୀ ଶୁଣାଣି ହେବ।
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓଏସ୍ଏଚ୍ବି ଦ୍ୱାରା ନୂତନ ଆବାସିକ ଯୋଜନା କରାଯିବ, ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଗୃହ ଯୋଗାଇ ଦିଆଯିବ।
ପୁରୀରେ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଶେଷ; ସମସ୍ତ ଚକ ଅଖ ଡେରା ନୀତି ସମ୍ପନ୍ନ।
ଓଡ଼ିଶାରେ ସିଏନ୍ଜି ଗ୍ୟାସ୍ର ଦର କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି ପାଇଛି।
ରାଜ୍ୟ ପ୍ରଶାସନିକ ସେବାରେ ଓଏଏସ୍ ଅଫିସରମାନଙ୍କ ବାରମ୍ବାର ବଦଳି ଯୋଗୁଁ ବିଭାଗୀୟ କାର୍ଯ୍ୟଧାରାରେ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି।
ମୋହନ ସରକାରଙ୍କ ମୂଲ୍ୟାଙ୍କନ ହେବ। ଦୁଇ ବର୍ଷର ଉପଲବ୍ଧିର ରିପୋର୍ଟ ମାଗିଲା କେନ୍ଦ୍ର।
ରାଜ୍ୟରେ ବୟସ୍କଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବିଳମ୍ବ। ୨ ମାସ ଧରି ମିଳିନି ଭତ୍ତା , ଲକ୍ଷାଧିକ ହିତାଧିକାରୀ ହଇରାଣ ହେଉଛନ୍ତି।
କୁଲଡିହା ଜଙ୍ଗଲରେ ବହୁ ବର୍ଷ ଧରି ବସବାସ କରୁଥିବା ଅତି ଅସୁରକ୍ଷିତ ଆଦିବାସୀ ମାଙ୍କିଡ଼ିଆ ଗୋଷ୍ଠୀ ଜଙ୍ଗଲୀ ନିୟମ ଏବଂ ବିସ୍ଥାପନ ଯୋଗୁଁ ଜୀବନଜୀବିକା ବିପନ୍ନ ହେଉଛି।
କ୍ଷତିରେ ଚାଲିଥିବା ପରିବହନ ନିଗମ ଗତ ୩ ବର୍ଷରେ ‘ଲକ୍ଷ୍ମୀ’ ଯୋଜନା ନାମରର ହଜାରେ କୋଟି ଟଙ୍କା ଖର୍ଚ୍ଚ ନକରି ବ୍ୟାଙ୍କରେ ପକାଇ ରଖିଛି।
ଝାରସୁଗୁଡ଼ାର ଲଇକେରା ବ୍ଲକରେ ମହୁଲ ଫୁଲ ଓ ଶାଳ ମଞ୍ଜି ସଂଗ୍ରହକାରୀମାନେ ସରକାରୀ ମଣ୍ଡି ଅଭାବରୁ ଦଲାଲଙ୍କ ଶିକାର ହେଉଛନ୍ତି।
ରାଜ୍ୟର ପ୍ରୋସେସିଂ ୟୁନିଟ୍ ଅଚଳ ହୋଇ ପଡ଼ିଥିବାରୁ ରାଣୀ ସପୁରି ଚାଷ କରୁଥିବା ଚାଷୀମାନେ ଉଚିତ ବଜାର ନପାଇ ଏବେ ଚିନ୍ତାରେ ପଡ଼ିଛନ୍ତି।
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଇଛି, ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ଟାଙ୍ଗୀ ଅଞ୍ଚଳରେ ଜଣେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରି ପୋତି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କେନାଲ କୂଳରୁ ମୃତଦେହକୁ ଉଦ୍ଧାର କରାଯାଇଛି।
ଅନଲାଇନ ଠକେଇ ମାମଲାରେ ଝାଡ଼ଖଣ୍ଡ ଜାମତାରା ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଭୁବନେଶ୍ୱର ସାଇବର ପୋଲିସ ଗିରଫ କରିଛି।
କେନ୍ଦୁଝର ଜିଲ୍ଲା କାରାଗାରରେ ଅବାଧ ନିଶା କାରବାର। ୱାର୍ଡରଙ୍କ ବ୍ୟାଗରୁ ମିଳିଲା ଗଞ୍ଜେଇ।
ବ୍ରହ୍ମପୁର ରେ ପୁଣି ଏକ ବିଭତ୍ସ ହତ୍ୟା। ଫୁଲ କୁଣ୍ଡରେ ଛେଚି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।
ଭଦ୍ରକ ବାସୁଦେବ ପୁରରେ ଯୁବକଙ୍କୁ ଅସ୍ତ୍ରରେ ଆକ୍ରମଣ ପରେ ମହିଳା ଜଣକ ନିଜ ବାଡିର ଗଛଡାଳରେ ରଶି ଲଗାଇ ଝୁଲି ପଡିଲେ, ଗୁରୁତର ହେଲେ।
ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଏକ ଫାର୍ମ ହାଉସ୍ରେ ହାତୀକୁ ମାରି ପୋତିଦେଇଥିବା ଅଭିଯୋଗରେ ତିନିଜଣ ଗିରଫ।
ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଟ୍ରଲର ଓ ପିକଅପ ଗାଡ଼ି ମୁହାଁମୁହିଁ ଧକ୍କା। ନିଆଁ ଲାଗି ଜେସିବି ପୋଡିଗଲା, ଅସଂଖ୍ୟ କୁକୁଡ଼ା ମଧ୍ୟ ଜଳିଗଲେ।
ମାଲକାନଗିରି ଚିତ୍ରକୋଣ୍ଡାରେ ପ୍ରାୟ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ।
🇳🇪
ଉତ୍ତରାଖଣ୍ଡରେ ପ୍ରକୃତିର ପ୍ରକୋପ, ୨୪ ଘଣ୍ଟାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, କେଦାରନାଥ ଯାତ୍ରାରେ ଲାଗିଲା ଅସ୍ଥାୟୀ ରୋକ୍।
ଭାରତୀୟ ଶେୟାର ବଜାରରୁ ବିଶ୍ୱାସ ହରାଇଲେ ବିଦେଶୀ ନିବେଶକ। କାଢି ନେଲେ ୨.୨୫ ଲକ୍ଷ କୋଟି ଟଙ୍କା।
ଆମେରିକାରେ ବାଲଟିମୋରରେ ଅଦିନିଆ ରଥଯାତ୍ରା କଲା ଇସ୍କନ।
କଙ୍ଗୋରେ ଇବୋଲା ଭୂତାଣୁ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି। ଆକ୍ରାନ୍ତ ହେଉଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତଙ୍କର ମୃତ୍ୟୁ ଘଟୁଛି।
ମାନସିକ ଚାପ ଏବଂ ଏକାକୀପଣ ଯୋଗୁଁ ଆଜିକାଲିର ଯୁବପିଢ଼ି ଅଧିକ ମାତ୍ରାରେ ନିକୋଟିନ୍ ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ରିପୋର୍ଟ ପ୍ରକାଶ।
ପ୍ୟାରିସ୍ ସେଣ୍ଟ ଜର୍ମେନ୍ ଏକ ରୋମାଞ୍ଚକର ପେନାଲ୍ଟି ସୁଟଆଉଟ୍ ମ୍ୟାଚ୍ରେ ଆର୍ସେନାଲ୍କୁ ପରାସ୍ତ କରିଛି। ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ବଜାୟ ରଖିଛି।
⚽🏏🚴🏾♂️
ଆଇପିଏଲ୍ ରେ ଗୁଜରାଟ ଟାଇଟନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ୍ ହୋଇଛି। ଲଗାତାର ଦ୍ୱିତୀୟ ଥର ପାଇଁ ଟ୍ରଫି ହାସଲ କରିଛି।
ପନ୍ଦର ବର୍ଷର ଯୁବ କ୍ରିକେଟର ବୈଭବ ସର୍ବାଧିକ ରନ୍ ସଂଗ୍ରହ କରି ଇତିହାସ ରଚିବା ସହ ଅରେଞ୍ଜ କ୍ୟାପ୍ ନିଜ ନାମରେ କରିଛନ୍ତି।
ଭାରତୀୟ ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନରେ ବିଜୟୀ ହୋଇଛନ୍ତି।
ଆନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ପରାଜୟ ବରଣ କରିଛି।
ଓଡ଼ିଶାର ଲୋକପ୍ରିୟ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କର ପରଲୋକ ଘଟିଛି।
===============
ଆଜି ବିଶ୍ୱ ଦୁଗଧ ଦିବସ
ଆଜି ଜନ୍ମଦିନ: ନର୍ଗିସ ଦତ୍ତ, ଅଶୋକ କୁମାର, ଦିନେଶ କାର୍ତ୍ତିକ, ଆର ମାଧବନ, କର୍ଣ୍ଣମ ମାଲେଶ୍ବରୀ, ସ୍ନିତି ମିଶ୍ର (ଗାୟିକା, ବଲାଙ୍ଗୀର), ପ୍ରସନ୍ନ ପଟନାୟକ (ନେତା, ଢେଙ୍କାନାଳ), ଫତୁରାନନ୍ଦ (କଟକ)।
ଆଜି ତିରୋଧାନ: ନିଲମ ସଂଜୀବ ରେଡ୍ଡୀ।
ଇତିହାସରେ ଆଜି ଦିନ: (୧୮୩୫) କଲିକତା ମେଡ଼ିକାଲ କଲେଜରେ ପାଠପଢା ଆରମ୍ଭ/ (୧୮୮୦) ପ୍ରଥମ ଦେୟ ଫୋନ ସେବା ଆରମ୍ଭ/ (୧୯୩୦) ବମ୍ବେରୁ ପୁନେ ପ୍ରଥମ ଡିଲକ୍ସ ଟ୍ରେନ ଗଡ଼ିଲା/ (୧୯୮୦) ସିଏନଏନ ଟିଭିର ପ୍ରସାରଣ ଆରମ୍ଭ/ (୧୯୯୨) ଭାରତ ଓ ଇସ୍ରାଏଲ ବାୟୁ ରାଜିନାମା ସ୍ବାକ୍ଷରିତ/ (୧୯୯୬) ଦେବେ ଗୌଡା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଲେ।
*ଗଛ ବଞ୍ଚାନ୍ତୁ, କାଗଜ ନଷ୍ଟ କରନ୍ତୁ ନାହିଁ।*
*🙏🌻ବନ୍ଦେ ଉତ୍କଳ ଜନନୀ* 🌻🙏
➖➖➖➖➖➖➖➖➖➖➖
