ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ବେଗୁନିଆ ବ୍ଲକ (ଉପାନ୍ତ ଖବର ମାନସ ରଞ୍ଜନ କର)ରାଧାକାନ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ଵର୍ଗତ କାଶୀନାଥ ବୈରିଗଞ୍ଜନଙ୍କ ସହଧର୍ମିଣୀ ହରଷ ବୈରିଗଞ୍ଜନଙ୍କର ଅସୁସ୍ଥତା କାରଣରୁ ଗତ ୩୧.୦୫.୨୦୨୬ (ରବିବାର) ଦିନ ସମସ୍ତ ପରିବାରବର୍ଗଙ୍କ ଉପସ୍ଥିତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା (୧୯୪୮ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ)। ସେ ଜଣେ ମିଷ୍ଟଭାଷୀ, ନିଷ୍କପଟ, ଦୟାଳୁ, ଧର୍ମପରାୟଣ, ମେଳାପୀ ଓ ପରୋପକାରୀ ମହିଳା ଥିଲେ। ତାଙ୍କର ଶେଷ ସମୟରେ ସମସ୍ତ ସମ୍ପର୍କୀୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ।
ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପକ୍ଷରୁ ସୁଶାନ୍ତ ବୈରିଗଞ୍ଜନ, ତିଳୋତ୍ତମା ବୈରିଗଞ୍ଜନ, ସୁଦର୍ଶନ ବୈରିଗଞ୍ଜନ, ସୁବ୍ରତ ବୈରିଗଞ୍ଜନ (ପୁତ୍ର), ସରୋଜିନୀ ବଳିଆରସିଂହ (ବୋହୂ), ପ୍ରମିଳା ବୈରିଗଞ୍ଜନ, ସତ୍ୟଭାମା ବୈରିଗଞ୍ଜନ, ସଂଗମ ସ୍ଵରୂପ, ସୁମିତ ସ୍ୱରୂପ, ସୋହମ ସ୍ଵରୂପ ବୈରିଗଞ୍ଜନ, ଦିପ୍ସା ବୈରିଗଞ୍ଜନ, ବର୍ଷା ବୈରିଗଞ୍ଜନ, ପ୍ରଭାସିନୀ ବୈରିଗଞ୍ଜନ, ରଞ୍ଜନ ଛୁଆଳସିଂହ, ଦେବୀପ୍ରସାଦ ଛୁଆଳସିଂହ, ଆଦ୍ୟାଶା ବୈରିଗଞ୍ଜନ, ଆଦିତୀ ବୈରିଗଞ୍ଜନ, ଅନିଶା ବୈରିଗଞ୍ଜନ ଓ ସ୍ୱପ୍ନା ସମାପିକା ବୈରିଗଞ୍ଜନ ସମସ୍ତ ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କୁ ଆଗାମୀ ସୋମବାର (ଦଶାହ), ମଙ୍ଗଳବାର (ଏକାଦଶାହ) ଏବଂ ବୁଧବାର (ଦ୍ଵାଦଶାହ) ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦାନ କରିବାକୁ ବିନୀତ ଅନୁରୋଧ କରିଛନ୍ତି
