September 22, 2026

ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକର ଗୋଡ଼ିବାଲି ପଞ୍ଚାୟତରେ କଂଗ୍ରେସୀ ସଭା 

IMG-20260601-WA0013
Share

 

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତରେ ଆଜି କଂଗ୍ରେସ ଦଳର ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଆଖ ପାଖ ଅଞ୍ଚଳରୁ ପ୍ରାୟ ପାଞ୍ଚଶ ଲୋକଙ୍କ ସମାଗମ ହୋଇଥିଲା l କୋରାପୁଟ ଲୋକସଭା ସଦସ୍ୟ ଓ ସାଂସଦ ଶ୍ରୀ ସପ୍ତଗିରି ଉଲାକା ଓ ବିଧାୟକ ଆପଲ ସ୍ୱାମୀ କାଡ୍ରାକା ଏହି ସଭାରେ ଯୋଗଦାନ କରିଥିଲେ l

 

ସେଠାରେ ଏକ କମ୍ୟୁନିଟି ହଲ ସାଂସଦଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା l ସାଧାରଣ ସଭାରେ ବିଧାୟକ ଏବଂ ସାଂସଦ ଲୋକଙ୍କୁ ଉଦବୋଧନ ଦେଇଥିଲେ l ସାଂସଦ ଶ୍ରୀ ଉଲାକା କହିଲେ ଯେ କାଶିପୁର ବ୍ଲକର ଚାଳିଶଟି ଗ୍ରାମକୁ ପକ୍କା ରାସ୍ତା ସଂଯୋଗ କରାଯିବ ଏବଂ ପ୍ରତ୍ୟେକ ପଞ୍ଚାୟତରେ ମୋବାଇଲ ନେଟ ୱାର୍କର ସୁବିଧା କରାଯିବ l ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲାଭ ଲୋକଙ୍କ ନିକଟରେ କିପରି ପହଞ୍ଚି ପାରିବ ସେ ବିଷୟରେ ମଧ୍ୟ ଉଭୟ ନେତା ବୁଝାଇଥିଲେ l ସାଂସଦ ଓ ବିଧାୟକଙ୍କ ସହିତ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସେଠାରେ ସମାଗମ ହୋଇଥିଲା l ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପଣ୍ଡା ମଧ୍ୟ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ନିଜର ଓଜସ୍ୱିନୀ ଭାଷଣ ଦ୍ୱାରା ଉତ୍ସାହିତ କରିଥିଲେ l ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳକୁ ବିଜୟୀ କରିବା ପାଇଁ ଲୋକଙ୍କ ନିକଟରେ ପ୍ରସ୍ତାବ ମଧ୍ୟ ରଖିଥିଲେ l

 

ସାଂସଦ ଓ ବିଧାୟକଙ୍କୁ ପାଛୋଟି ନେବା ପାଇଁ ସ୍ଥାନୀୟ କର୍ମୀ ମାନେ ଆଗେଇ ଆସି ସେମାନଙ୍କୁ ପୁଷ୍ପହାର ପ୍ରଦାନ କରିଥିଲେ l ପାରମ୍ପରିକ ପୋଷାକ ପରିଧାନ କରି ଆଦିବାସୀ ମହିଳାମାନେ ସେମାନଙ୍କ ସଂଗୀତ ଓ ନୃତ୍ୟ ପରିବେଷଣ ଉପସ୍ଥିତ ସମସ୍ତଙ୍କୁ ମୁଗ୍ଧ କରିଥିଲେ l

 

କଳାହାଣ୍ଡି ଓ ରାୟଗଡ଼ ଜିଲ୍ଲାର ନିୟମଗିରି ସୁରକ୍ଷା ସମିତିର କିଛି ସଦସ୍ୟ ଯଥା ଶରତ ମହାରଥା, ପୁରନ୍ଦର ଦଣ୍ଡସେନା , ରଙ୍ଗାଧର ନାଏକ, କନିନ୍ଦ୍ର ଜାଲିକା, ପ୍ରଶାନ୍ତ କାଡ୍ରାକା ସାଂସଦ ଶ୍ରୀ ଉଲାକାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ଯେଉଁଥିରେ ବେଦାନ୍ତ କମ୍ପାନୀ ତାର ଆଲୁମିନା ପ୍ରକଳ୍ପ ଆରମ୍ଭରେ ଦେଇଥିବା ପ୍ରତିଶୃତି ପାଳନ କରାଯାଇ ନ ଥିବା କଥା ଉଲ୍ଲେଖ କରାଯାଇଥିଲା l ତେଣୁ ସାଂସଦ ସେ ବିଷୟରେ ପଦକ୍ଷେପ ନେବାପାଇଁ ଅନୁରୋଧ କରାଯାଇଥିଲା l

 

ଅନ୍ୟମାନଙ୍କ ମଧ୍ୟରେ କାଶିପୁର ବ୍ଲକର ରାଜେନ୍ଦ୍ର ଦୁରିଆ, ଚନ୍ଦୁ ଚରଣ ମାଝୀ, ଅନିଲ ଜୈନ, ରାମଚନ୍ଦ୍ର ମାଝୀ, ନରେନ୍ଦ୍ର ନାଏକ, ସୁନାସିଂ ମାଝୀ, ରାଜେନ୍ଦ୍ର ନାଏକ, ଜିଜୁରୁ ମାଝୀ, ବଳି ମାଝୀ, ଅଭି ଖଣ୍ଡାରିଆ, ପାଇଲା ମାଝୀ, କୁମ୍ଭାସୁର ମାଝୀ, ବଳରାମ ମାଝୀ ଓ ରାଜେନ୍ଦ୍ର ନାଏକ ପ୍ରମୁଖ ଉକ୍ତ ସଭାରେ ଉପସ୍ଥିତ ଥିଲେ l

 

 

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଖବର

You may have missed