May 30, 2026

ଉତ୍କଳ ପ୍ରଦେଶ ପୁରୀ ମାରୁୱାଡି ମହିଳା ସମିତି ପକ୍ଷରୁ ଅଙ୍ଗଦାନ ପାଇଁ ସଚେତନତା ଶୋଭାଯାତ୍ରା

IMG-20260529-WA0004
Share

 

ଗତକାଲି ସନ୍ଧ୍ୟାରେ ପୁରୀଜିଲ୍ଲା ଉତ୍କଳ ପ୍ରଦେଶ ମାରୁୱାଡି ମହିଳା ସମିତି ପକ୍ଷରୁ ଅଙ୍ଗଦାନ ନିମନ୍ତେ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା ମହାଡ଼ମ୍ବରରେ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ମଞ୍ଜୁ ପଟୁୱାରୀ ଙ୍କ ଅଧକ୍ଷତାରେ ପୂର୍ବତନ ସଭାନେତ୍ରୀ ନେତ୍ରଦାନ ପ୍ରମୁଖ ଉର୍ମିଳା ଅଗ୍ରୱାଲ, ପୂର୍ବତନ ସଭାନେତ୍ରୀ ରାଧା ପଟୱାରୀ, ଲତା ପଟୱାରୀ, ନିଲମ ଚନ୍ଦୁକା, ସରିତା ଚନ୍ଦୁକା, ସରିକା ଚନ୍ଦୁକା, ମଞ୍ଜୁ ପଟୱାରୀ, ରେଣୁ ଚନ୍ଦୁକା ଏବଂ ପୁନମ ଅଗ୍ରୱାଲଙ୍କ ସହିତ ସମସ୍ତ ସଦସ୍ୟାମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed