ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ବିଶ୍ୱ ଋତୁସ୍ରାବ ଦିବସ

ସମ୍ବଲପୁର, ୨୮. ୦୫:ଗୁରୁବାର ଦିନ ଗ୍ରାମ ସ୍ୱରାଜ ବିକାଶ ସମିତି ପକ୍ଷରୁ ସମ୍ବଲପୁର ଖେତରାଜପୁର, ଠୁରୁପାଲି, ବନ୍ଧଟିକରା,ରେଙ୍ଗାଲି ଭଳି ବିଭିନ୍ନ ସ୍ଥାନରେ କିଶୋରୀ ମାନଙ୍କୁ ନେଇ ବିଶ୍ବ ଋତୁସ୍ରାବ ଦିବସ ପାଳିତ ହୋଇଯାଇଛି।
କିଶୋରୀ ଓ ମହିଳା ମାନଙ୍କ ଠାରେ ଏହି ମାସିକ ଋତୁସ୍ରାବ ପ୍ରକ୍ରିୟା କଣ ଓ କାହିଁକି ଋତୁସ୍ରାବ ହୋଇଥାଏ ସେହି ବିଷୟରେ ସମସ୍ତଙ୍କୁ ବୁଝାଇ ସଚେତନ କରାଯାଇଥିଲା।ବିଭିନ୍ନ ଚିତ୍ର, ନାଟକ, କବିତା,ଗଳ୍ପ,ନାଚ ଓ ଗୀତ ମାଧ୍ୟମରେ ସଚେତନ ବାର୍ତ୍ତା ଦିଆଯାଇଛି।ଗ୍ରାମ ମଧ୍ଯରେ ରାଲି,ଓ ସ୍ଳୋଗାନ ସହ ରୂତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ,ଏହା ବିଷୟରେ ଖୋଲାଖୋଲି ଆଲୋଚନା କରାଯିବା ଉଚିତ। ସ୍ବଚ୍ଛତା ,ଖାଦ୍ୟପେୟ, ବ୍ୟାୟମ ଓ ସୁସ୍ଥତା ବିଷୟଗୁଡ଼ିକରେ ସଂସ୍ଥା ର କର୍ମଚାରୀମାନେ ଲୋକମାନଙ୍କୁ ବୁଝାଇଲେ।ଏହି ଅବସରରେ ସାନିଟାରି ପେଡ ପ୍ରଭୃତି ଋତୁସ୍ରାବ ଜନିତ କିଟ କିଶୋରୀ ବାଳିକା ମାନଙ୍କୁ ପ୍ରଦାନ କରାଯାଇଥିଲା। ଏହାକୁ ପ୍ରଭାତୀ ବାରିକ ପରିଚାଳନା କରିଥିବା ବେଳେ ସୁବାସିନି,ନିକିତା,ଗୀତା,ରିନା, ମନୋରମା ପ୍ରମୁଖ ସହଯୋଗ କରିଥିଲେ।
