May 29, 2026

ମହିଳାଙ୍କ ମୁର୍ତ୍ତୃ ସନ୍ଧେହ ଘେରରେ….?  ଜନୈକ ଯୁବକ ଙ୍କ ଭୂମିକା କୁ ନେଇ ଉଠିଛି ପ୍ରଶ୍ନ ସି.ସି. କ୍ୟାମେରା ଖୋଲିବ କି ଏହାର ରହସ୍ୟ…..?     

IMG-20260528-WA0000
Share

 

ତିର୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ର ତିର୍ତୋଲ ଥାନା ଅଧୀନ ରାହାମା ଅଂଚଳ ରେ ଥିବା ଜହ୍ନ କଲୋନୀ ରେ ଭଡା ନେଇ ରହୁଥିଲେ ସସ୍ମିତା ଦାସ ( ୩୮) ନାମକ ଜଣେ ମହିଳା ନିଜ ପୁଅକୁ ନିକଟସ୍ଥ ଶିଶୁ ମନ୍ଦିରରେ ପାଠ ପଢାଉ ଥିଲେ । ମହିଳା ଙ୍କ ସ୍ୱାମୀ ବମ୍ବେ ରେ କାମ କରି ଥାନ୍ତି କଦବା ସେ ନିଜ ସ୍ତ୍ରୀ ଓ ପୁଅ ପାଖକୁ ଆସିଥାନ୍ତି ଏହି ଚାରି ମାସ ତଳେ ଜନୈକ ଯୁବକ ଭଡା ଘରକୁ ଆସୁ ଥିବା ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ପାଟି ତୁଣ୍ଡ ହୋଇ ଥିଲା ସ୍ୱାମୀ କିଛି ଦିନ ରହି ନିଜ କର୍ମ କ୍ଷେତ୍ରକୁ ଚାଲି ଯାଇ ଥିଲେ । ଗତ କାଲି କଣ ହେଲା ଯେ ସସ୍ମିତା ଭଡା ଘରେ ନିଜ ଓନି ସାହାଯ୍ୟ ରେ ଘରର ଝରକା ରଡରେ ଝୁଲି ପଡି ମୃତ୍ୟୁ ବରଣ କରି ଥିଲେ । ଘରର କବାଟ ଭିତର ପଟୁ ଖିଲିଣି ଦିଆ ଯାଇ ଥିଲା । ଖବର ପାଇ ସସ୍ମିତା ର ଭାଇ ସୁଶାନ୍ତ ଦାସ ଆସି ପହଂଚି ଥିଲେ ନିଜ ଭଣଜା ଘର ବାହାରେ ବସି କାନ୍ଦୁଥିଲା ଓ ଭଉଣୀ ଘର ଭିତରେ ରସି ଲଗାଇ ଥିବା ଅବସ୍ଥା ରେ ଥିଲା । ତୁରନ୍ତ ଭାଇ ସୁଶାନ୍ତ ତିର୍ତୋଲ ଥାନାକୁ ଜଣାଇ ଥିଲା । ତିର୍ତୋଲ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ଦେଖିଲା ବେଳକୁ ସସ୍ମିତାଙ୍କର ମୃତ୍ୟୁ ହୋଇ ସାରିଛି l ମଧ୍ୟ ରାତି ରେ ଭାଇ ଶୁସାନ୍ତ ସସ୍ମିତା ମୁତ୍ରୁ କୁ ନେଇ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଶୁଣିବାକୁ ମିଳୁଛି ଯେ ମୃତ ସସ୍ମିତା ଙ୍କ ଘରକୁ ଜଣେ ଯୁବକ ପ୍ରତିଦିନ ଯିବା ଆସିବା କରିଥାନ୍ତି । ସେହି ଯୁବକ କୁ ତିର୍ତୋଲ ପୋଲିସ ଧରିଲେ ସସ୍ମିତା ମୁତ୍ରୁ ରହସ୍ୟ ଉପରୁ ପରଦା ଉଠାଜାଇ ପାରିବ ବୋଲି ଆଲୋଚନା ହେଉଛି ।