May 28, 2026

ମାଆ ରାମାୟଣମ୍ମା ଯାତ୍ରାରେ ପଣା ଯୋଗାଇଲେ ସ୍ବେଚ୍ଛାସେବୀ ଉଚ୍ଚ ପ୍ରଶଂସା କଲେ ଆଡ଼ିସିନାଲ ଏସ.ପି…. 

IMG-20260527-WA0032
Share

 

ପ୍ରାୟ ଏକ ମାସ ଧରି ଚାଲିଆସିଥିବା ଛତ୍ରପୁର ଅଧିଷ୍ଠାତ୍ରୀ ମାଆ ରାମୟଣମ୍ମାଙ୍କ ଯାତ୍ରା ସରିବାକୁ ଆଉ ମାତ୍ର ୧୦ଦିନ ବାକି ଥିବା ବେଳେ ସବୁ ସମୟରେ ସବୁ ସ୍ଥାନରେ ସମାଜସେବା କରି ପ୍ରଶଂସିତ ହେଉଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସ୍ବେଚ୍ଛାସେବୀମାନେ ସଙ୍ଗଠନର ମୁଖ୍ୟ ନୀଳମଣି ମିଶ୍ର ଓ ସଙ୍ଗଠକ ତଥା ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ପ୍ରଚେଷ୍ଟାରେ ଛତ୍ରପୁରରେ ଏହି ଯାତ୍ରା ସମୟରେ ଆରମ୍ଭ କରିଛନ୍ତି ପଣା ବଣ୍ଟନ ବ୍ୟବସ୍ଥା। ଏହି କ୍ରମରେ

ଗତକାଲି ସମାଜସେବୀ ମନୋଜ ମିଶ୍ର, ଏସ. ରବି, ସୁଶାନ୍ତ ଗୌଡ଼, ମାଧବ ସାସମଲ ତଥା ନିରାକାର ସାହୁଙ୍କ ନେତୃତ୍ୱରେ ଶତାଧିକ ପଥଚାରୀଙ୍କୁ ଗ୍ଲୁକୋଜ ପାଣି ବଣ୍ଟନ କରାଯାଇଥିଲା। ସେହିପରି ଆଜି ପବିତ୍ର ପୁରୁଷୋତ୍ତମ ଏକାଦଶୀ ଅବସରରେ ଆଇ.ଆର.ଇ ରେ କାର୍ଯ୍ୟରତ ମନୋରଞ୍ଜନ ବେହେରା, ଟୁଟୁ ନାୟକ ତଥା ବି. ବୈରାଗୀଙ୍କ ନେତୃତ୍ୱରେ ଦହିପଣା ବଣ୍ଟନ କରାଯାଇଥିଲା। ଆଜିର ଏହି ଅନନ୍ୟ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ରକ୍ଷା କରି ଗଞ୍ଜାମ ଜିଲ୍ଲାର ଆଡ଼ିସିନାଲ ଏସ.ପି. ପ୍ରଶାନ୍ତ କୁମାର ଦାସ, ସରକାରୀ ଓକିଲ ଧର୍ମା ରେଡ୍ଡୀ ଯୋଗ ଦେଇ ସମସ୍ତଙ୍କୁ ଦହିପଣା ବଣ୍ଟନ କରିବା ସହ ଏହି ସେବା କାର୍ଯ୍ୟ ନିମନ୍ତେ ସମସ୍ତ ସ୍ବେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇବା ସହ ଆଗକୁ ଏଭଳି କାର୍ଯ୍ୟ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ। ସୂଚନାଯୋଗ୍ୟ, ମାଆ ରାମାୟଣମ୍ମା ଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ପଣା ବଣ୍ଟନ କାର୍ଯ୍ୟ ଜାରି ରହିବ ବୋଲି ସଙ୍ଗଠକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।